କଂଗ୍ରେସ ଇସାରାରେ ବିଜେଡି ସରକାର ଆଦାୟ କରୁନି ଖଣି ଦୁର୍ନୀତି ଜୋରିମାନା : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

କଂଗ୍ରେସ ଇସାରାରେ ବିଜେଡି ସରକାର ଆଦାୟ କରୁନି ଖଣି ଦୁର୍ନୀତି ଜୋରିମାନା : ବିଜେପି

ଭୁବନେଶ୍ୱର: ରାଜ୍ୟରେ ବିରୋଧୀ ଦଳ ବୋଲି ଦାବି କରୁଥିବା କଂଗ୍ରେସର ଇସାରାରେ ଶାସକ ବିଜେଡି ସରକାର ଖଣି ଦୁର୍ନୀତିରେ ଆଦାୟ ହେବାକୁ ଥିବା ଜୋରିମାନାକୁ ଆଦାୟ କରୁନାହାନ୍ତି। ବିଜେଡି କଂଗ୍ରେସ ଭାଇ ଭାଇ ଏକଥା ସ୍ପଷ୍ଟ। କଂଗ୍ରେସର ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକଙ୍କ ସର୍ମ୍ପକିୟ ଏବଂ ଏବେ ବିଜୁ ଜନତା ଦଳରେ ଥିବାରୁ ଜଣେ ଖଣି ମାଲିକଙ୍କୁ ରାଜ୍ୟ ସରକାର ଚାରି ଖୁଣ ମାଫ କରି ଜୋରିମାନା ଆଦାୟ ନକରି ତାରିଖ ପରେ ତାରିଖ ଗଡାଇ ଚାଲିଛନ୍ତି ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସମୀର ମହାନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଓଡିଶାରେ ବହୁ ଚର୍ଚ୍ଚିତ ଖଣି ଦୁର୍ନୀତି ହୋଇଥିଲା ଯେଉଁଥିରେ ରାଜ୍ୟ ସରକାରଙ୍କର ପୋସ୍ତ୍ରାହନରେ ଖଣି ଦୁର୍ନୀତି ହୋଇଥିବାର ପ୍ରମାଣ ମିଳିଥିଲା । ଶାହା କମିଶନ ମଧ୍ୟ ସେଥିପାଇଁ ବସିଥିଲା। ସେତେବେଳେ ୨୦୦୯ ମସିହାରେ ଏକ ଭିଜିଲାନ୍ସ କେସ୍ ହୋଇଥଲା ଯେଉଁଥିରେ ଅପରାଧିକ ଖଣି ଉତ୍ତୋଳନ, ଜଙ୍ଗଲ ଆଇନରେ ଉଲଙ୍ଘନ ଏବଂ ଅପରାଧିକ ଭାବେ ପରିବହନ କରିବା ଅପରାଧରେ ସଂପୃକ୍ତି ଥିବା ବିଡି ପଟ୍ଟନାୟକ ମାଇନ୍ସ ବିରୋଧରେ ଭିଜିଲାନ୍ସ ଏକ ଚାର୍ଜସିଟ୍ କରିଥିଲା। ଏହା ବାଲେଶ୍ୱର ସର୍କଲ ଅଧୀନରେ ଏହି କେସଟି ରୁଜୁ ହୋଇଥିଲା । ବିଡି ପଟ୍ଟନାୟକ ମାଇନ୍ସ ଯାହା ଯୋଡା-କେନ୍ଦୁଝର ଜିଲ୍ଲା କଳାପାହାଡ଼ ମାଇନ୍ସ ମଧ୍ୟରେ ଅବସ୍ଥିତ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଭିଜିଲାନ୍ସ ଏହି କେସରେ ଦେଇଥବା ଦସ୍ତାବିଜ ଅନୁସାରେ ରାଜସ୍ୱ କ୍ଷତି ୧୩୦ କୋଟି ୪୯ ଲକ୍ଷ ୧୩୩୯୭ ହଜାର ଟଙ୍କା ହୋଇଥଲା। ଏହି ତଥ୍ୟକୁ ସଂପୂର୍ଣ୍ଣ ପର୍ଯ୍ୟାଲୋଚନା କରି ମାନ୍ୟବର ବିଚାରପତି ୧୩୦କୋଟିର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବର୍ତମାନ ସୁଦ୍ଧା ରାଜ୍ୟସରକାର ଏହାର ଆଦାୟ କରିବାର ବ୍ୟବସ୍ଥା କରିନାହାନ୍ତି। ବରଂ ରାଜ୍ୟ ସରକାର ଶାହ କମିଶନଙ୍କ ତଦନ୍ତ ଅନୁସାରେ ୮ କୋଟି ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଖାଲି ସେତିକି ନୁହେଁ, ଆଇନର ଗଳା ବାଟେ ଦେଇ ଖସିଯିବା ପାଇଁ ବ୍ୟାପକ ପ୍ରଚେଷ୍ଟା ମଧ୍ୟ କରିଛନ୍ତି ରାଜ୍ୟ ସରକାର। ଗତ ଫେବୃଆରୀ ୨ ତାରିଖ ଦିନ ବିଡି ପଟ୍ଟନାୟକ ମାଇନ୍ସ ରିଭ୍ୟୁ ପିଟିସନ କରିଥିଲା। ଯାହା ଆସନ୍ତା ଫେବୃଆରୀ ୧୬ରେ ବିଚାର କରାଯିବ।

ବାରମ୍ବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ କରାଯାଉଛି ଯେ ଏଥିରେ ରାଜନୈତିକ ସଂପୃକ୍ତି ରହିଛି। ଏହି ଭିଜିଲାନ୍ସ କେସରେ ସଂପୃକ୍ତ ଥିବା ବ୍ୟକ୍ତି ଥିଲେ ଜଣେ ପୂର୍ବତନ ବିଧାୟକ ଯିଏକି ମୁଖ୍ୟମନ୍ତ୍ରୀଙ୍କ ପାଖାପାଖି ଘୁରିବୁଲନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଇ ଦୋଷୀମାନଙ୍କୁ ଗଳାବାଟ ଦେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ। ରାଜ୍ୟସରକାର ଏଭଳି ଦୁର୍ନୀତି ଏବଂ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।



from Odisha Reporter http://bit.ly/2Dv8klg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages