ଏସବୁ ଆକାଉଣ୍ଟ ଡିଲିଟ୍‌ କରିବ ହ୍ୱାଟ୍ସଆପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଏସବୁ ଆକାଉଣ୍ଟ ଡିଲିଟ୍‌ କରିବ ହ୍ୱାଟ୍ସଆପ୍‌

ନୂଆଦିଲ୍ଲୀ: ଫେକ୍‌ନ୍ୟୁଜ୍‌ ବିରୋଧରେ ଲଢ଼ିବାପାଇଁ ଲୋକପ୍ରିୟ ତଥା ଫେସବୁକ୍‌ ମାଲିକାନାରେ ଥିବା ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ ପ୍ରତି ମାସରେ ୨୦ ଲକ୍ଷ ଆକାଉଣ୍ଟ ଡିଲିଟ୍‌ କରୁଛି। ଏନେଇ ଏହି କମ୍ପାନୀ ଏକ ଶ୍ୱେତପତ୍ର ମଧ୍ୟ ଜାରି କରିଛି।

ହ୍ୱାଟ୍ସଆପ୍‌ ଆହୁରି ମଧ୍ୟ କହିଛି ଯେ, ଅଧିକ ମାତ୍ରାରେ ବା ଏକାଥରକେ ବିପୁଳ ପରିମାଣରେ ମେସେଜ୍‌ କରୁଥିବା ୟୁଜର ଚିହ୍ନଟ ପାଇଁ ଏହା ୟୁଜରଙ୍କ ରିପୋର୍ଟ କରିବା ଉପରେ ନିର୍ଭର କରୁଛି। ଏତଦ୍‌ବ୍ୟତୀତ ସନ୍ଦେହଜନକ ଆକାଉଣ୍ଟ ଠାବ କରିବାପାଇଁ ହ୍ୱାଟ୍ସଆପ୍‌ ମେଶିନ୍‌ ଲର୍ଣ୍ଣି ଟେକ୍ନୋଲୋଜି ଆପଣାଇବ। ଯେତେବେଳେ ବି ଏବଂ ଯଦି ବି ଅସ୍ୱାଭାବିକ କାରବାର ନଜ ଆସିଲା ହ୍ୱାଟ୍ସଆପ୍‌ କାର୍ଯ୍ୟାନୁଷ୍ଠାନ ନେବ।

ବ୍ୟବହାରକାରୀଙ୍କ ଇଚ୍ଛା ବା ମନ ଭିତରେ କ’ଣ ଅଛି ଦୂରର କଥା, ଏକାବଳକେ ପୁଳାଏ ମେସେଜ୍‌ ପଠାଇବା ହ୍ୱାଟ୍ସଆପ୍‌ର ନିୟମ ବିରୋଧୀ। ଏହାକୁ ବନ୍ଦ କରିବା ହ୍ୱାଟ୍ସଆପ୍‌ର କର୍ତ୍ତବ୍ୟ ବୋଲି ଏହି କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି। ଅନ୍ୟପକ୍ଷରେ ସନ୍ଦିଗ୍ଧ ଲିଙ୍କ ଉପରେ ମଧ୍ୟ ନଜର ରଖାଯିବ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2Sukc19

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages