ବାଲାକୋଟରେ ନିହତ ଆତଙ୍କୀଙ୍କ ଶବ ଲୁଚାଉଛି ପାକ୍‌ ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ବାଲାକୋଟରେ ନିହତ ଆତଙ୍କୀଙ୍କ ଶବ ଲୁଚାଉଛି ପାକ୍‌ ସେନା

ନୂଆଦିଲ୍ଲୀ: ଭାରତର ଏୟାର ଷ୍ଟ୍ରାଇକ୍‌ରେ ବାଲାକୋଟ ସ୍ଥିତ ଜୈଶ କ୍ୟାମ୍ପ ସଂପୂର୍ଣ୍ଣ ଛାରଖାର ହୋଇଯାଇଛି। ଏହି କ୍ୟାମ୍ପରେ ଥିବା ୩୫୦ ଜଣ ଆତଙ୍କୀ ନିହତ ହୋଇଛନ୍ତି। ତେବେ ଭାରତ ସରକାରଙ୍କ ଏଭଳି ପ୍ରଚଣ୍ଡ ଆକ୍ରମଣକୁ ସ୍ଵୀକାର କରିବା ବଦଳରେ ଏହାକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ଏବେ ପାକିସ୍ତାନ ସେନା ଜୋରଦାର ଉଦ୍ୟମ ଆରମ୍ଭ କରିଛି।

ଭାରତ ସରକାର ନିହତ ଆତଙ୍କବାଦୀଙ୍କ ଶବକୁ କାଳେ ଠାବ କରିନେବେ, ସେଥିପାଇଁ ପାକିସ୍ତାନ ସେନା ପକ୍ଷରୁ ଏଗୁଡ଼ିକୁ ଲୁଚାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଗୁଇନ୍ଦା ସଂସ୍ଥା ଅନୁଯାୟୀ, ପାକିସ୍ତାନ ସେନା ଆଜି ସକାଳେ ଭାରତର ଷ୍ଟ୍ରାଇକ୍‌ ପରେ ବାଲାକୋଟ ସ୍ଥିତ କ୍ୟାମ୍ପରେ ପହଞ୍ଚିଥିଲା। କ୍ୟାମ୍ପଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବାରୁ ପାକ୍ ସେନା ବର୍ତ୍ତମାନ ସେଠାରେ ଥିବା ଶବ ଗୁଡ଼ିକୁ ମାଟି ଖୋଳି ପୋତିବା ସହ ଆଉ କିଛି ଶବକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରୁଛି।

ଉରି ଆକ୍ରମଣ ପରେ ମଧ୍ୟ ପାକ୍‌ ସେନା ଭାରତକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ଆତଙ୍କବାଦୀଙ୍କ ମୃତଦେହ ଗୁଡ଼ିକୁ ଟ୍ରାକ୍ଟର ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା। ସ୍ଥାନୀୟ ଲୋକମାନେ ଏହାର ସୂଚନା ଦେଇଥିଲେ। ଏହାପରେ ପାକ୍‌ ସରକାର ବିଶ୍ୱର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଉକ୍ତ ସ୍ଥାନ ଦେଖାଇଥିଲେ ଏବଂ ଭାରତକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରିଥିଲେ।



from Odisha Reporter https://ift.tt/2BVhbwv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages