ପାକିସ୍ତାନ ସୁପର ଲିଗ୍‌କୁ ମିଳିଲା ନୂଆ ପ୍ରାୟୋଜକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ପାକିସ୍ତାନ ସୁପର ଲିଗ୍‌କୁ ମିଳିଲା ନୂଆ ପ୍ରାୟୋଜକ

ଇସ୍‌ଲାମାବାଦ: ଦେଶର ଘରୋଇ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ସୁପର ଲିଗ୍‌ର(ପିଏସ୍‌ଏଲ୍‌) ପ୍ରସାରଣ ପାଇଁ ନୂଆ ପ୍ରାୟୋଜକ ମିଳି ଯାଇଛନ୍ତି। ପୂର୍ବରୁ ଏହାର ପ୍ରସାରଣ ଦାୟିତ୍ୱ ତୁଲାଉଥିବା ଆଇଏମଜି-ରିଲାଏନ୍ସ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏଥରୁ ଓହରି ଯାଇଥିଲା।

ଫଳରେ ସମଗ୍ର ବିଶ୍ୱରେ ପିସିଏଲର ପ୍ରସାରଣ ବନ୍ଦ ହୋଇଯାଇଥିଲା। ଦୁଇ ଦିନ ଧରି ପାକିସ୍ତାନ କ୍ରିକେଟ ବୋର୍ଡ ନୂଆ ପ୍ରାୟୋଜକ ଖୋଜିବାରେ ଲାଗିଥିବା ବେଳେ ଆଜି ତାକୁ ସଫଳତା ମିଳିଛି। ଏଣିକି ପିଏସ୍‌ଏଲ୍‌ର ପ୍ରସାରଣ ବ୍ଲିଜ କନସର୍ଟିୟମ ଓ ଟ୍ରାନ୍ସ ଗ୍ରୁପ କରିବାକୁ ରାଜି ହୋଇଛନ୍ତି।

ପାକିସ୍ତାନ କ୍ରିକେଟ ବୋର୍ଡ ଆଜି କହିଛି ଯେ ବ୍ଲିଜ ଓ ଟ୍ରାନ୍ସ ଗ୍ରୁପ ପିଏସଏଲ୍‌ ୨୦୧୯ର ନୂଆ ଲାଇଭ୍‌ ପ୍ରଡକ୍ସନ୍‌ ପାର୍ଟନର ହୋଇଛନ୍ତି। ବ୍ଲିଜ କନସର୍ଟିୟମ ପାକିସ୍ତାନ କ୍ରିକେଟ ବୋର୍ଡର ବ୍ରଡକାଷ୍ଟର ପାର୍ଟନର ହୋଇଥିବା ବେଳେ ଟ୍ରାନ୍ସ ଗ୍ରୁପ୍‌ ଇଭେଣ୍ଟ ମ୍ୟାନେଜମେଣ୍ଟ ପାର୍ଟନର ଦାୟିତ୍ୱ ନେଇଛି।

ଫେବୃଆରୀ ୨୦ରୁ ଅର୍ଥାତ ଆଜିଠାରୁ ହିଁ ଏହି ନୂଆ ପାର୍ଟନରମାନେ ପ୍ରସାରଣ କାର୍ଯ୍ୟ ଆରମ୍ଭ କରିବେ। ପୂର୍ବରୁ ଯେଉଁଭଳି ଢଙ୍ଗରେ ମ୍ୟାଚ୍‌ର ପ୍ରସାରଣ କରାଯାଉଥିଲା ଏହି ଦୁଇ ସଂସ୍ଥା ଅନୁରୂପ ଭାବେ ମ୍ୟାଚ୍‌ଗୁଡ଼ିକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବେ।”



from Odisha Reporter https://ift.tt/2Irgd0N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages