
ମୁମ୍ବାଇ: ଷ୍ଟାର ନିର୍ଦ୍ଦେଶକ ନାଗରାଜ ମାନଜୁଲେ ନିର୍ଦ୍ଦେଶନାରେ ତିଆରି ହେବାକୁ ଥିବା ଫିଲ୍ମ ‘ଝୁଣ୍ଡ’ର ରିଲିଜ୍ ଡେଟ୍ ଫାଇନାଲ ହୋଇଯାଇଛି। ଏହି ଫିଲ୍ମ ୨୦୧୯ ସେପ୍ଟେମ୍ବର ୨୦ରେ ରିଲିଜ୍ ହେବ। ଫିଲ୍ମରେ ବିଗ୍ ବି ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିବେ। ଟ୍ରେଡ୍ ଆନାଲିଷ୍ଟ ତରନ ଆଦର୍ଶ ଏହି ସୂଚନା ଟ୍ୱିଟର ଜରିଆରେ ଦେଇଛନ୍ତି।
Release date finalised… #Jhund, starring Amitabh Bachchan and directed by #Sairat director Nagraj Manjule, to release on 20 Sept 2019… Produced by Bhushan Kumar, Krishan Kumar, Raaj Hiremath, Savita Raj Hiremath and Nagraj Manjule. pic.twitter.com/iPMaIyT8Z9
— taran adarsh (@taran_adarsh) February 19, 2019
ଏହି ଫିଲ୍ମଟି ଅବସରପ୍ରାପ୍ତ ଜଣେ କ୍ରୀଡ଼ା ଶିକ୍ଷକ ବିଜୟ ବାରସେଙ୍କ ଉପରେ ଆଧାରିତ। ତାଙ୍କର ଏକ ଏନ୍ଜିଓ ମଧ୍ୟ ରହିଛି। ଏହି ଏନ୍ଜିଓର ଉଦ୍ଦେଶ୍ୟ ହେଉଛି ବସ୍ତିର ପିଲାମାନଙ୍କୁ ଟ୍ରେନିଂ ଦେଇ ସେମାନଙ୍କୁ ଫୁଟବଲ୍ ଖେଳ ପାଇଁ ପ୍ରେରିତ କରିବା। ସେହି ଅବସରପ୍ରାପ୍ତ କ୍ରିଡ଼ା ଶିକ୍ଷକ ଭୂମିକାରେ ଅଭିନୟ କରିବେ ବିଗ୍ ବି ଅମିତାଭ ବଚ୍ଚନ୍। ଫିଲ୍ମର ପ୍ରଯୋଜନା ମିଳିତ ଭାବେ ଭୂଷଣ କୁମାର, କ୍ରିଷନ କୁମାର, ରାଜ ହିରେମାଥ୍ ଓ ସଭିତା ରାଜ୍ ହିରେମାଥ୍ କରିଛନ୍ତି।
from Odisha Reporter https://ift.tt/2T3Xqwr
No comments:
Post a Comment