ମାର୍ଚ୍ଚ ୧ରୁ କେଜ୍ରିଙ୍କ ଆମରଣ ଅନଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ମାର୍ଚ୍ଚ ୧ରୁ କେଜ୍ରିଙ୍କ ଆମରଣ ଅନଶନ

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ସେ ଆମରଣ ଅନଶନ କରିବେ। ପୂର୍ବରୁ ମଧ୍ୟ ସେ ଏହି ଦାବି କରିଆସୁଥିବାବେଳେ ଆଜି ସେ ସ୍ପଷ୍ଟ କରିଦେଇଛନ୍ତି, ମାର୍ଚ୍ଚ ୧ରୁ ହିଁ ଏହି ଦାବିରେ ଆମରଣ ଅନଶନରେ ବସିବେ।

ଗଣମାଧ୍ୟମକୁ ସେ କହିଛନ୍ତି, ସମଗ୍ର ଦେଶରେ ଗଣତନ୍ତ୍ର ଲାଗୁ ହୋଇଥିବାବେଳେ ଦିଲ୍ଲୀରେ କାହିଁକି ନୁହେଁ? ଲୋକେ ଭୋଟ୍‌ କଲେ ଏବଂ ସରକାର ବାଛିଲେ, କିନ୍ତୁ ସରକାରଙ୍କର କିଛି କ୍ଷମତା ନାହିଁ। ତେଣୁ ମାର୍ଚ୍ଚ ୧ରେ ଆମେ ଆନ୍ଦୋଳନ ଆରମ୍ଭ କରୁଛୁ ଏବଂ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତାରେ ଆମେ ଅନଶନରେ ବସିବୁ।

୨୦୧୯ ଲୋକସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ଏହି ପ୍ରସଙ୍ଗକୁ ନେଇ ନିର୍ବାଚନରେ ଓହ୍ଲାଇବା କେଜ୍ରିୱାଲଙ୍କ ଏହି ରଣନୀତିରୁ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଏହା ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗକୁ ନିର୍ବାଚନୀ ଥୋପ କରି କେଜ୍ରି କହିଥିଲେ, ଆପ୍‌ ସମସ୍ତ ୭ଟି ଲୋକସଭାରେ ଜିତିଲେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାପାଇଁ କେନ୍ଦ୍ର ଉପରେ ଚାପ ପକାଯାଇପାରିବ।



from Odisha Reporter https://ift.tt/2IsUGVk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages