
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାରର ପ୍ରତିବାଦ କରି ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ଏହାସହ ମହିଳା କଂଗ୍ରେସର କର୍ମୀମାନେ ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।
ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ି ଚାଲିଥିବା ହିଂସା, ଧର୍ଷଣ ଓ ସେବାଶ୍ରମରେ ନାବାଳିକା ଗର୍ଭବତୀ ଘଟଣାକୁ ମହିଳା କଂଗ୍ରେସ ନିନ୍ଦା କରିଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜବାବ ରଖିବାକୁ ଗତ ୪ ତାରିଖରେ ଚେତାବନୀ ଦେଇଥିଲା। ତେବେ ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ନଖିବା ପରେ ମହିଳା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଥିଲା।
ହାତରେ କଳା ବେଲୁନ୍ ଧରିବା ସହ ଟମାଟ ମାଡ଼ କରିଥିଲେ। ତେବେ ନବୀନ ନିବାସକୁ ଧସେଇ ପଶିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ୍ ୫୦ରୁ ଅଧିକ କର୍ମୀଙ୍କୁ ଉଠାଇ ନେଇଥିଲା।
ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାର ପ୍ରତିବାଦରେ ମହିଳା କଂଗ୍ରେସର କର୍ମୀମାନେ କଳା ବେଲୁନ୍ ଧରି ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି। ଦେଖନ୍ତୁ ଭିଡିଓ #Odisha pic.twitter.com/KZgSx4kJa8
— Odisha Reporter (@OdishaReporter) February 15, 2019
from Odisha Reporter http://bit.ly/2UXcYzn
No comments:
Post a Comment