ସୁପ୍ରିମ୍‌କୋର୍ଟଙ୍କ ଦିଲ୍ଲୀ ରାୟକୁ ଗଣତନ୍ତ୍ର ବିରୋଧୀ କହିଲେ କେଜ୍ରିୱାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ସୁପ୍ରିମ୍‌କୋର୍ଟଙ୍କ ଦିଲ୍ଲୀ ରାୟକୁ ଗଣତନ୍ତ୍ର ବିରୋଧୀ କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଏବଂ ଲ୍ୟୁଟ୍‌ନାଣ୍ଟ ଗଭର୍ଣ୍ଣରଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ କେନ୍ଦ୍ର ସପକ୍ଷରେ ଯାଇଛି ଏବଂ ଏହା ଗଣତନ୍ତ୍ରର ବିରୋଧୀ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

କ୍ଷମତା ଭାଗବଣ୍ଟାକୁ ନେଇ ଏହି ରାୟରେ ସୁପ୍ରିମ୍‌କୋର୍ଟ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଥିବାବେଳେ ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ କେଜ୍ରିୱାଲ। ସେ ଏହି ଅବସରରେ ପ୍ରଶ୍ନ କରିଛନ୍ତି, ଦିଲ୍ଲୀ ସରକାର ବିନା କୌଣସି କ୍ଷମତାରେ କେମିତି କାମ କରିବ।

ସେ କହିଥିଲେ, “ଯଦି ଗୋଟିଏ ସରକାର କୌଣସି ବଦଳି,ଏହା କାମ କେମିତି କରିବ? ୬୭ ଟି ଆସନ ଥିବା ଦଳକରିପାରିବନିର ଯେଉଁ ଅଧିକାର ନାହିଁ ୩ଟି ଆସନ ଥିବା ଦଳର ସେହି ଅଧିକାର ରହିବା କେମିତି ସମ୍ଭବ।”
ଏହାକୁ ଗଣତନ୍ତ୍ର ମତବାଦ ବିରୋଧୀ ଏବଂ ସମ୍ବିଧାନର ପରିପନ୍ଥୀ ବୋଲି ସେ କହିଛନ୍ତି। ସେ କହିଛନ୍ତି ଦିଲ୍ଲୀ ସରକାର ଏହା ବିରୋଧରେ ଆଇନଗତ ସହାୟତା ନେବେ ଏବଂ ଏହି ରାୟ ବିରୋଧରେ ଆବେଦନ କରାଯିବା ନେଇ ଅଇନଜୀବୀଙ୍କ ସହିତ ପରାମର୍ଶ କରିବେ।

ଏହା କି ପ୍ରକାର ଗଣତନ୍ତ୍ର ଯେଉଁଥିରେ ଦିଲ୍ଲୀ ସରକାର ଶକ୍ତିଶାଳୀ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଣ୍ଟି କରପ୍‌ସନ୍‌ ବ୍ୟୁରୋର ପରିଚାଳନା ବିରୋଧୀଙ୍କ ପାଖରେ କେମିତି ରହିବ ବୋଲି ସେ ଅଶ୍ଚର୍ଯ୍ୟବ୍ୟକ୍ତ କରିଥିଲେ। ଦିଲ୍ଲୀ ସରକାରର ସୁପରିଚାଳନାରେ କେନ୍ଦ୍ର ହସ୍ତକ୍ଷେପ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି।



from Odisha Reporter http://bit.ly/2GFj4AF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages