ସିଙ୍ଗଲ ରନ୍‌ କାହିଁକି ନେଇ ନଥିଲେ କାର୍ତ୍ତିକ? ଜାଣନ୍ତୁ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ସିଙ୍ଗଲ ରନ୍‌ କାହିଁକି ନେଇ ନଥିଲେ କାର୍ତ୍ତିକ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ନିର୍ଣ୍ଣାୟକ ଟି-୨୦ର ଶେଷ ଓଭର୍‌ରେ ହଠାତ୍‌ ଏକ ରନ୍‌ ନେବାକୁ ମନା କରି ଦେଇଥିବା ଦୀନେଶ କାର୍ତ୍ତିକ ଏବେ ଏହା ଉପରୁ ପରାଦ ଉଠାଇଛନ୍ତି। ଭାରତକୁ ଶେଷ ଓଭରରେ ଜିତିବା ପାଇଁ ୧୬ ରନ୍‌ ଦରକାର ଥିବା ବେଳେ କାର୍ତ୍ତିକ ପ୍ରଥମ ବଲରେ ଦୁଇ ରନ୍‌ ନେଇଥିଲେ। ଏହାପରେ ଗୋଟିଏ ବଲ୍‌ ମିସ୍‌ କରିଥିଲେ। ୪ଟି ବଲରେ ଭାରତକୁ ଜିତିବା ପାଇଁ ୧୪ ରନ୍‌ ଥିବା ବେଳେ କାର୍ତ୍ତିକ ହଠାତ୍‌ ସିଙ୍ଗଲ ନେବାକୁ ମନା କରିଦେଇଥିଲେ।

ଶେଷରେ ଭାରତ ମ୍ୟାଚ୍‌ଟିକୁ ୪ ରନ୍‌ରେ ହାରିଥିଲା। ଏହାକୁ ନେଇ କ୍ରିକେଟ ପଣ୍ଡିତ ଓ ଫ୍ୟାନ୍‌ମାନେ କାର୍ତ୍ତିକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ହେଲେ ଏବେ କାର୍ତ୍ତିକ ପ୍ରଥମଥର ପାଇଁ କ’ଣ ଭାବି କି ସିଙ୍ଗଲ ନେଇ ନଥିଲେ, ତା’ର କାରଣ କହିଛନ୍ତି।

ସେ କହିଛନ୍ତି, “ଦଳର ସ୍ଥିତି ୧୪୫/୬ରେ ଥିବା ବେଳେ ମୁଁ ଆଉ କୃନାଲ ବ୍ୟାଟିଂ କରି ମ୍ୟାଚ୍‌ରେ କମ୍‌ବ୍ୟାକ୍‌ କରିଥିଲୁ। ଆମେ ଏମିତି ଏକ ସ୍ଥିତି ସୃଷ୍ଟି କରିବାକୁ ଚାହିଁଥିଲୁ ଯେଉଁଠି ବୋଲରମାନେ ଚାପ ଅନୁଭବ କରିବେ। ଆମେ ଏହି କାମକୁ ମଧ୍ୟ କିଛିଟା ଅଂଶରେ ଠିକ୍‌ ଭାବେ ମଧ୍ୟ କରିଥିଲୁ।

ଯେଉଁ ସମୟରେ ମୁଁ ସିଙ୍ଗଲ ନେବାକୁ ମନାକଲି, ସେତେବେଳେ ଭାବିଥିଲି ମୁଁ ପରବର୍ତ୍ତୀ ବଲରେ ଛକା ମାରିବି। ହେଲେ ସେମିତି କିଛି ହେଲାନାହିଁ। ଜଣେ ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ଭାବେ ବେଳେବେଳେ ବଡ଼ ଶଟ ଖେଳିବାର କ୍ଷମତା ନିଜ ପାଖରେ ରହିଛି ବୋଲି ବିଶ୍ୱାସ ଜମାଇବାକୁ ପଡ଼ିବ। ଏହି ସମୟରେ ଆପଣଙ୍କୁ ନିଜର ପାର୍ଟନରଙ୍କୁ ମଧ୍ୟ ବିଶ୍ୱାସକୁ ନେବାକୁ ପଡ଼ିବ।

ସେଦିନ ମୁଁ ଠିକ୍‌ ଭାବେ କାର୍ଯ୍ୟ ସମ୍ପାଦନ କରିପାରିଲି ନାହିଁ। କିନ୍ତୁ କ୍ରିକେଟ୍‌ରେ ଏଭଳି ରିସ୍କ ନେବାକୁ ପଡ଼ିଥାଏ। କେଉଁ ଦିନ ବ୍ୟାଟସ୍‌ମ୍ୟାନ୍‌ ବାଉଣ୍ଡରୀ ହାସଲ କରି ନିଅନ୍ତି ତ ଆଉ କେତେବେଳେ ବୋଲରମାନେ ସେମାନଙ୍କ କାର୍ଯ୍ୟ ଠିକ୍‌ ଭାବେ କରି ନିଅନ୍ତି। ସେଦିନ ଚାପରେ ରହି ମଧ୍ୟ ଟିମ୍‌ ସାଉଦି ଯେଉଁଭଳି ଶେଷ ଓଭର୍‌ରେ ୟକର ବଲ୍‌ ପକାଇଲେ, ସେଥିପାଇଁ ତାଙ୍କୁ ଶ୍ରେୟ ଦିଆଯିବା ଉଚିତ।”

କ’ଣ ମ୍ୟାଚ୍‌ ପରେ ଟିମ୍‌ ମ୍ୟାନେଜମେଣ୍ଟ ଏହାକୁ ନେଇ କିଛି କହିଥିଲେ କି ପ୍ରଶ୍ନର ଉତ୍ତର ଦେଇ କାର୍ତ୍ତିକ କହିଛନ୍ତି, “ସେମାନେ ଭଲ ଭାବେ ଜାଣିଛନ୍ତି ପରିସ୍ଥିତି କେମିତି ଥିଲା। ଆମେ ଦୁଇ ଜଣ ଆମ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲୁ। ସେଦିନ ମ୍ୟାଚ୍‌ ଜିତାଇବାକୁ ଆମେ ସକ୍ଷମ ହେଲୁନାହିଁ। କିନ୍ତୁ ଟିମ୍‌ ମ୍ୟାନେଜମେଣ୍ଟ ଦୀର୍ଘ ସମୟ ଧରି ଆମ ସହ ରହିଛନ୍ତି ଏବଂ ସେମାନେ ଆମର ଗେମ ପ୍ଲାନ୍‌ ସମ୍ପର୍କରେ ମଧ୍ୟ ଜାଣିଛନ୍ତି।”



from Odisha Reporter http://bit.ly/2TOtrpD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages