ଅଶାନ୍ତ ଅରୁଣାଚଳ, ପୋଡ଼ିଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ଅଶାନ୍ତ ଅରୁଣାଚଳ, ପୋଡ଼ିଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା

ଇଟାନଗର: ଅରୁଣାଚଳ ପ୍ରଦେଶ ରାଜ୍ୟ ସରକାରଙ୍କ ବିରୋଧରେ ଜାରି ରହିଥିବା ଆନ୍ଦୋଳନ କ୍ରମେ ଆହୁରି ତୀବ୍ର ହେବାରେ ଲାଗିଛି। ଆଜି ଜନାକ୍ରୋଶ ଏତେ ତୀବ୍ର ହୋଇଥିଲା ଯେ, ଉପମୁଖ୍ୟମନ୍ତ୍ରୀ ଚୌନା ମେଁଙ୍କ ବଙ୍ଗଳାରେ ଆନ୍ଦୋଳନକାରୀ ନିଆଁ ଲଗାଇଦେଇଛନ୍ତି।
ଏହାପରେ ଚୌନାଙ୍କୁ ରାଜଧାନୀ ଇଟାନଗରରୁ ନାମସାଇ ଜିଲ୍ଲାକୁ ସ୍ଥାନାନ୍ତର କରିଦିଆଯାଇଛି।


ଏତଦ୍‌ବ୍ୟତୀତ ଏହି ଉତ୍‌କ୍ଷିପ୍ତ ଆନ୍ଦୋଳନକାରୀମାନେ ଜିଲ୍ଲା କମିଶନରଙ୍କ ବାସଭବନରେ ନିଆଁ ଲଗାଇବା ସହିତ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ଜଣେ ଏସ୍‌ପି ରାଙ୍କର ପୁଲିସ୍‌ ଅଧିକାରୀ ଆହତ ମଧ୍ୟ ହୋଇଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ପୁଲିସ୍‌ ଆନ୍ଦୋଳନକୁ ଦମନ କରିବାପାଇଁ ଗୁଳିଚାଳନା କରିବାରୁ ଜଣକର ମୃତ୍ୟୁ ହେବାପରେ ଏହି ଆନ୍ଦୋଳନ ତୀବ୍ର ରୂପ ନେଇଥିଲା। କିଛି ବର୍ଗର ଲୋକଙ୍କୁ ପର୍ମାନେଣ୍ଟ ରେସିଡେନ୍ସ ସାର୍ଟିଫିକେଟ୍‌ ବା ସ୍ଥାୟୀ ନାଗରିକତ୍ୱ ପ୍ରମାଣପତ୍ର (ପିଆରସି) ଦିଆଯିବା ପାଇଁ ରାଜ୍ୟ ସରକାର ପ୍ୟାନେଲ ଗଠନ କରିବା ପରେ ଏହି ବିରୋଧ ଆରମ୍ଭ ହୋଇଛି। ସେମାନେ ଗତ କିଛି ଦଶନ୍ଧି ଧରି ଏଠାରେ ବସବାସ କରିଆସୁଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦା ନୁହନ୍ତି।

ସେଦିନ ସନ୍ଧ୍ୟାରେ ବିକ୍ଷୋଭକାରୀମାନେ ୫୦ଟି କାର୍‌ରେ ନିଆଁ ଲଗାଇବା ସହିତ ୧୦୦ଟି କାର୍‌ ଭଙ୍ଗାରୁଜା କରିଥିଲେ। ୫ଟି ଫିଲ୍ମ ହଲ୍‌ରେ ନିଆଁ ଲଗାଯିବା ସହିତ ଏକ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ଆସିଥିବା ମ୍ୟୁଜିକ୍‌ ବ୍ୟାଣ୍ଡ ଉପରେ ଆକ୍ରମଣ କରିଥିଲେ। ଏପରିକି ସେମାନଙ୍କ ବାଦ୍ୟଯନ୍ତ୍ରରେ ମଧ୍ୟ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିଲେ।

ଏପରି ଘଟଣା ପରେ ତୁରନ୍ତ ଏହି ସହରରେ ସେନା ମୂତୟନ କରାଯାଇଛି। ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ୍‌ ଯୋଗେ ଆଲୋଚନା କରିବା ସହିତ ରାଜ୍ୟବାସୀ ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। କୌଣସି ଅଘଟଣକୁ ଏଡ଼ାଇବାପାଇଁ କର୍ତ୍ତୃପକ୍ଷ ଇଣ୍ଟରନେଟ୍‌ ବନ୍ଦ କରିବା ସହିତ କର୍ଫ୍ୟୁ ଲଗାଇ ଦେଇଛନ୍ତି।

ସରକାରଙ୍କ ସୁପାରିଶ
ରାଜ୍ୟ ସରକାରଙ୍କ ଗଠିତ ମିଳିତ ହାଇ ପାୱାର କମିଟି ୬ ବର୍ଗର ଲୋକଙ୍କୁ ନାଗରିକ ପ୍ରମାଣ ପତ୍ର ପାଇଁ ସୁପାରିଶ କରିଛି। ସେମାନେ ଅରୁଣାଚଳପ୍ରଦେଶର ସ୍ଥାୟୀ ନାଗରିକ ହୋଇନଥିଲେ ମଧ୍ୟ ସେମାନେ ନାମସାଇ ଏବଂ ଚାଙ୍ଗଲାଙ୍ଗ ଜିଲ୍ଲାରେ ଦଶନ୍ଧି ଦଶନ୍ଧି ଧରି ରହି ଆସୁଛନ୍ତି।

ଏହାପରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏବଂ ଛାତ୍ର ସଂଗଠନ ଏହାକୁ ବିରୋଧ କରି ଆସୁଛନ୍ତି। ସେମାନେ ଦାବି କରୁଛନ୍ତି ଏହା କରିବା ଦ୍ୱାରା ମୂଳବାସିନ୍ଦାଙ୍କ ଅଧିକାର ଏବଂ ସ୍ୱାଭିମାନ କ୍ଷୁଣ୍ଣ ହେଉଛି।

ବିରୋଧ ପରେ ବ୍ୟାକ୍‌ଫୁଟ୍‌ରେ ସରକାର
ରାଜ୍ୟରେ ଏତେ ବଡ଼ ଏବଂ ଭୟଙ୍କର ବିରୋଧ ପରେ ଅରୁଣାଚଳ ପ୍ରଦେଶ ସରକାର କହିଛନ୍ତି, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନାଗରିକ ପ୍ରମାଣପତ୍ର ଦେବାପାଇଁ ଆଇନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ସରକାର କହିଛନ୍ତି, ନାମସାଇ ଏବଂ ଚାଙ୍ଗଲାଙ୍ଗ ଜିଲ୍ଲାରେ ବସବାସ କରୁଥିବା ଅଣ-ଅରୁଣାଚଳପ୍ରଦେଶ ନାଗରିକଙ୍କୁ ପିଆରସି ପ୍ରଦାନକୁ ନେଇ ବିରୋଧକୁ ଆଖି ଆଗରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି ବର୍ତ୍ତମାନ ସ୍ଥିତିରେ ପିଆରସି ପ୍ରଦାନ ସମ୍ପର୍କିତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ।


from Odisha Reporter https://ift.tt/2BQ95Fv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages