ତଲାକ ପୂର୍ବ ରାତିର ସ୍ଥିତି ବଖାଣିଲେ ମଲାଇକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ତଲାକ ପୂର୍ବ ରାତିର ସ୍ଥିତି ବଖାଣିଲେ ମଲାଇକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଓ ଅରବାଜ ଖାନ୍‌ଙ୍କ ଛାଡପତ୍ର ବା ଡିଭୋର୍ସ ଘଟଣା ଏକଦା ଭାରତୀୟ ସିନେ ଦର୍ଶକ ମହଲରେ ହଇଚଇ ସୃଷ୍ଟି କରିଥିଲା। ଫ୍ୟାନମାନେ ବଲିଉଡର ସବୁଠୁ ସଫଳ ବିବାହିତ ଯୋଡ଼ି କୁହାଯାଉଥିବା ଏହି ସେଲିବ୍ରେଟି କ’ଣ ପାଇଁ ପରସ୍ପରଠାରୁ ଅଲଗା ହେଉଛନ୍ତି ସେ ବିଷୟରେ ଜାଣିବାକୁ ଚାହିଁଥିଲେ। ଆପାତତଃ କିଛି ସତ୍ୟ ଉପରୁ ସେତେବେଳେ ପରଦା ହଟିଥିଲେ ବି ଦିହେଁ କେହି କିଛି ସେମିତି ଚାଞ୍ଚଲ୍ୟକର କଥା କହି ନ ଥିଲେ।

କିନ୍ତୁ ଏବେ ମଲାଇକା କରିନାଙ୍କ ରେଡିଓ ଶୋ’ ‘ହ୍ୱାଟ ୱିମେନ ୱଣ୍ଟ’ରେ ନିଜେ ମନକଥାର ଖୁଲାସା କରିଛନ୍ତି। ଶୋ’ରେ ମଲାଇକା ଡିଭୋର୍ସ ପୂର୍ବରାତିର ଘଟଣା ବିଷୟରେ କହିଛନ୍ତି।

ତଲାକର ଏକ ଦିନ ପୂର୍ବରୁ ପୂରା ପରିବାର ଏକାଠି ବସିଥିଲେ। ମୋତେ ପଚରାଯାଉଥିଲା ମଁ ନିଜ ନିଷ୍ପତ୍ତିକୁ ନେଇ ୧୦୦ ପ୍ରତିଶତ ନିଶ୍ଚିତ ଅଛି କି ନାହିଁ। ସମସ୍ତେ ମୋର ଚିନ୍ତା କରୁଥିଲେ ତେଣୁ ସେମାନେ ଏମିତି ପ୍ରଶ୍ନ ପଚାରୁଥିଲେ। ସମସ୍ତେ କହିଥିଲେ ଯେ, ଯଦି ଏହା ହିଁ ତୁମ ନିଷ୍ପତ୍ତି ତେବେ ଆମେ ତୁମ ଉପରେ ଗର୍ବିତ। ତୁମେ ଜଣେ ଦୃଢମନା ମହିଳା। ସେମାନେ ମୋତେ ସେତେବେଳେ ଅଲଗା ଢଙ୍ଗରେ ସାହାସ ଓ ସପୋର୍ଟ ଦେଲେ ଯାହା ମୋତେ ସେତେବଳେ ନିହାତି ଦରକାର ଥିଲା।

ମଲାଇକା କହିଥିଲେ, ‘ଏତେ ବର୍ଷର ସମ୍ପର୍କକୁ ଭାଙ୍ଗିବା ଏତେ ସହଜ ନ ଥିଲା। ଏହା ସତ ଯେ, ପୁରୁଷଙ୍କ ପାଇଁ ତଲାକ ପରେ ଆଗକୁ ବଢ଼ିବା ସହଜ। ହଲେ ମୋ ଭଳି ମଣିଷ ପାଇଁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ଖୁସି। କାରଣ ଯେତେବେଳେ ଏକ ଦମ୍ପତି ଏକାଠି ରହି ମଧ୍ୟ ଖୁସି ରହିପାରନ୍ତି ନାହିଁ ଏହାର ପ୍ରଭାବ ପିଲାମାନଙ୍କ ଉପରେ ପଡ଼େ।’

ଅରବାଜ ଓ ମଲାଇକାଙ୍କ ବାହାଘର ୧୯୯୮ରେ ହୋଇଥିଲା। ଦୁହିଁଙ୍କର ଏକ ପୁଅ(ଅରହାନ୍‌) ମଧ୍ୟ ରହିଛି। ୨୦୧୭ ମେ ମାସରେ ମଲାଇକା ଓ ଅରବାଜ ପରସ୍ପରଙ୍କଠୁ ଅଲଗା ହୋଇଯାଇଥିଲେ। ତେବେ ଅରବାଜଙ୍କଠୁ ଅଲଗା ହେବା ପରେ ମଲାଇକାଙ୍କର ନାଁ ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ସହ ଯୋଡ଼ା ଯିଉଛି। ଅନେକ ଜାଗାରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି। ସେହିପରି ଅରବାଜଙ୍କୁ ମଧ୍ୟ ତାଙ୍କ ନୂଆ ଗର୍ଲଫ୍ରେଣ୍ଡ ଜର୍ଜିଆ ଏଣ୍ଡ୍ରିୟାନିଙ୍କ ସହ ଦେଖିବାକୁ ମିଳୁଛି। ଚର୍ଚ୍ଚା ହେଉଛି ଯେ ଚଳିତ ବର୍ଷ ମଲାଇକା-ଅର୍ଜୁନ୍‌ ଓ ଅରବାଜ-ଜର୍ଜିଆ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି।



from Odisha Reporter https://ift.tt/2XiMTwI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages