ପୁଲୱାମା ପ୍ରତିଶୋଧ ପାଇଁ ସେନା ପ୍ରସ୍ତୁତ ! ଯେସାକୁ ତେସା ନ୍ୟାୟରେ ଜବାବ ଦେବ ‘ଅପରେଶନ-୨୫’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ପୁଲୱାମା ପ୍ରତିଶୋଧ ପାଇଁ ସେନା ପ୍ରସ୍ତୁତ ! ଯେସାକୁ ତେସା ନ୍ୟାୟରେ ଜବାବ ଦେବ ‘ଅପରେଶନ-୨୫’

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଘଟଣା ପରେ ସମଗ୍ର ଦେଶ ପ୍ରତିଶୋଧର ନିଆଁରେ ଜଳୁଥିବା ବେଳେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଛି ଏକ ସିକ୍ରେଟ୍‌ ମିଶନ୍‌। ପୁଲୱାମାରେ ଆତଙ୍କବାଦୀମାନେ ଯେଉଁ ଭଳି ଭାବେ ବିସ୍ଫୋରଣ ଭିଆଇଲେ ଠିକ୍‌ ସେମିତି ଯେସାକୁ ତେସା ନ୍ୟାୟରେ ଜବାବ ଦେବାକୁ ଏକ ବ୍ଲୁ-ପ୍ରିଣ୍ଟ ଭାରତୀୟ ସେନା ପ୍ରସ୍ତୁତ କରୁଥିବା କୁହାଯାଉଛି।

ଆତଙ୍କବାଦୀଙ୍କୁ ‘ମୁହଁତୋଡ଼ ଜବାବ’ ଦେବାକୁ ଆରମ୍ଭ ହୋଇଛି ମିଶନ ‘ଅପରେଶନ-୨୫’ପାଇଁ ପ୍ରସ୍ତୁତି। ଆତଙ୍କବାଦୀମାନଙ୍କ ପାଇଁ ରଚା ଯାଉଛି ଅପରେଶନ-୨୫ର ଚକ୍ରବ୍ୟୁହ। ପୁଲୱାମା ଆତଙ୍କବାଦୀମାନେ ଯେଉଁଠି ଲୁଚିଛନ୍ତି ଠିକ୍‌ ସେହି ଜାଗାରେ ସେମାନଙ୍କୁ ତାଙ୍କରି ଶୈଳୀରେ ହିଁ ତାଙ୍କୁ କାଉଣ୍ଟର କରାଯିବ। ନିଜ ସାଥୀମାନଙ୍କୁ ହରାଇଥିବା ଯବାନମାନେ ପ୍ରତିଶୋଧ ନେବାକୁ ଶପଥ ନେଇଛନ୍ତି। ଯେଉଁ ବୀର ସାଥୀମାନେ ସେମାନଙ୍କ ଆଖି ସାମ୍ନାରେ ଟଳିପଡ଼ିଲେ ଠିକ୍‌ ସେମିତି ଆତଙ୍କବାଦୀଙ୍କର ଗୋଟି ଗୋଟି କରି ମୁଣ୍ଡ ଗଡ଼ିବ।

ପୁଲୱାମା ଘଟଣାରେ ସିଆରପିଏଫ ଯବାନମାନେ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଆକ୍ରମଣରେ ଆମେ କେବେ ବି ଭାଙ୍ଗିପଡ଼ିନୁ। ଆମେ ବିଚଳିତ ନୁହଁ। ଆମର କନ୍‌ଭୟ ଆଜି ବି ତାଙ୍କ କାମ କରୁଛନ୍ତି। ଆଜି ବି ଆମ କନ୍‌ଭୟ ଯାଉଛି। ଆମେ କେବେ ଡରିନୁ। ଆମେ ସାହସର ସହ ସବୁ ଆହ୍ଵାନର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ। ଆମେ ଏବେ ବି ଜୋଶରେ ଅଛୁ। ଆମ ଯବାନ ଏବେ ବି ଜୋଶରେ ଅଛନ୍ତି।

ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଜୈଶ-ଏ-ମହମ୍ମଦ । ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଯବାନଙ୍କ ବସ ସହ ଧକ୍କା କରି ଭୟଙ୍କର ବିସ୍ଫୋରଣ ଘଟାଇଥିଲା ଆତଙ୍କବାଦୀ ଆଦିଲ ଅହମ୍ମଦ ଦାର୍।

ମିଳିଥିବା ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦ ସଙ୍ଗଠନର ନେତା ଅବଦୁଲ ଅସଗର୍‌ ନିକଟରେ କରାଚିରେ ଏକ ଚାନ୍ଦା ଅଭିଯାନ ଆରମ୍ଭ କରିଥିଲା। ୬ ଦିନ ଧରି ଚାଲିଥିବା ଏହି ଅଭିଯାନରେ ପାଣ୍ଠି ସଂଗ୍ରହ ହେଉଥିଲା। ୨୦୧୬ ପଠାନକୋଟ୍‌ ଆକ୍ରମଣ ପୂର୍ବରୁ ମଧ୍ୟ ଏମିତି ଏକ ଅଭିଯାନ କରାଯାଇଥିଲା। ଏହି ସଙ୍ଗଠନର ଗତିବିଧି ଉପରେ ଏବେ ଏନ୍‌ଆଇଏ କଡ଼ା ନଜର ରଖିଛି।

ସୌଜନ୍ୟ: ଆଜ୍‌ତକ୍‌



from Odisha Reporter http://bit.ly/2SFo2EH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages