ଓଡିଶାର ବିକାଶ କରିବେ ନରେନ୍ଦ୍ର ମୋଦି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଓଡିଶାର ବିକାଶ କରିବେ ନରେନ୍ଦ୍ର ମୋଦି: ଧର୍ମେନ୍ଦ୍ର

ଭଦ୍ରକ (ତପନ ସ୍ୱାଇଁ): “ଓଡ଼ିଶା ବିକାଶରେ ବାଧକ ସାଜିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ବାବୁ ରୋଡ୍ କରାଇ ଦେବେନାହିଁ। କୋଷ୍ଟାଲ ହାଇୱେ କରାଇ ଦେବେ ନାହିଁ। ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ ପାର୍କ କରାଇ ଦେବେନାହିଁ। ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ। ଓଡ଼ିଆ ଲୋକେ ଅସୁବିଧାରେ ରୁହନ୍ତୁ କିନ୍ତୁ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ନବଢ଼ୁ, ରାଜ୍ୟ ସରକାର ଏହା ଚାହୁଁଛନ୍ତି।” ଆଜି ଭଦ୍ରକର ରାଣୀତାଲରେ ଆୟୋଜିତ ବୁଥ ସ୍ତରୀୟ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଏପରି ଆକ୍ଷେପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି, “ଭୁବନେଶ୍ୱରରେ ବସିଥିବା ଏହି ସ୍ଥାଣୁ, ଅପାରଗ, ସମ୍ବେଦନହୀନ, ରାଧୁଆ ମିଛୁଆ ସରକାର ଏଠାରେ ରୋଜଗାର ତିଆରି କରିପାରିବ ନାହିଁ। ଏଠାରୁ ଲୋକସଭାକୁ ବିଜେପି ପ୍ରତିନିଧି ପଠାଇ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପଡିବ। ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କ ଗୋଟେ ଇଞ୍ଜିନ୍ ଏବଂ ଭୁବନେଶ୍ୱରରେ ଆଉ ଗୋଟେ ଇଞ୍ଜିନ ଲାଗିଲେ ଓଡ଼ିଶାରେ ବିକାଶ ତୀବ୍ରଗତିରେ ହେବ। ପ୍ରଧାନମନ୍ତ୍ରୀଙ୍କ ଉପରେ ରାଜ୍ୟବାସୀଙ୍କ ଅତୁଟ ବିଶ୍ୱାସ ଅଛି। ଓଡ଼ିଶାର ବିକାଶ କେବଳ ସେ ହିଁ କରିବେ।”

ଏହି ଅବସରରେ ସେ ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏହି ଘଟଣାରେ ଦେଶ ଆଜି ଭାବୁକ ହୋଇଯାଇଛି ବୋଲି କହିଛନ୍ତି। “୧୩୫ କୋଟି ଜନତାଙ୍କ ଭରସା ଭାରତର ସୈନିକ ଶକ୍ତି ଉପରେ ରହିଛି। ସଠିକ ସମୟରେ ସଠିକ୍ ନିର୍ଣ୍ଣୟ ହେବ ଏହା ଆମର ପୂରା ବିଶ୍ୱାସ।”

ସେ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, “ଆଉ ଦୁଇ ମାସ ପରେ ଦେଶର ନିର୍ବାଚନ ଶେଷ ହେବ। ଏହା ପୂର୍ବରୁ ଆଜି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝରର ବିଜେପି କାର୍ଯ୍ୟକର୍ତ୍ତା ଏକାଠି ହୋଇଛନ୍ତି। ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱ ଆଜି ଚରମ ସୀମାରେ ଅଛି। ଚଳିତଥର ଓଡ଼ିଶାରୁ ୨୧ଟି ଲୋକସଭା ଆସନରୁ ନରେନ୍ଦ୍ର ମୋଦିଙ୍କ ପାଇଁ ଅଧିକ ଏମପି ପଠାଇବାକୁ ସମସ୍ତେ ମିଶି ଚେଷ୍ଟା କରିବା।”

ବିଜେଡି ସାଂସଦଙ୍କ ଉପରେ ପିସି ନେବା ପରି ଅଭିଯୋଗ ଲଗାଇଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, “ଦିଲ୍ଲୀରୁ ଟଙ୍କାଟିଏ ଆସିଲେ, ଗାଁରେ ୧୫ ପଇସା ପହଞ୍ଚୁଛି। ୮୫ ପଇସା ବାଟମାରଣା ହେଉଛି। ମୋଦି ଡିବିଟି ଓ ଆଧାର କାର୍ଡ ମାଧ୍ୟମରେ ଗରିବ ଲୋକଙ୍କ ପାଖରେ ପଇସା ପହଞ୍ଚାଇବାର ଯୋଜନା କରୁଛନ୍ତି। ମାତ୍ର ଏହାକୁ ବିଜେଡିର ସାଂସଦମାନେ ବିରୋଧ କରୁଛନ୍ତି। କାରଣ ୮୫ ପଇସାର ଦଲାଲି ପକେଟକୁ ଆସିବ ନାହିଁ।”

ଓଡ଼ିଶାର ସାଂସଦମାନେ ସଂସଦରେ ଓଡ଼ିଶାର ଦୁଃଖ ବଦଳରେ ରାଫେଲ ପ୍ରସଙ୍ଗ ଉଠାଉଛନ୍ତି। ରାହୁଲ ଗାନ୍ଧି ଏବଂ ବିଜେଡି ବନ୍ଧୁମାନେ ମିଶେଲ ମାମାଙ୍କ ସହ ରାତ୍ରି ଭୋଜନ ଖାଉଛନ୍ତି। ମାତ୍ର ଉଭୟଙ୍କର ଗରିବ ଓଡ଼ିଶା ଲୋକଙ୍କର ଚିନ୍ତା ନାହିଁ ବୋଲି ସେ କହିଛନ୍ତି।

ଓଡିଶାରେ ଭଦ୍ରକ ଜିଲ୍ଲା ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରି ଟେକ୍ସଟାଇଲ ପାର୍କ, ଇଣ୍ଡିଆନ୍ ଅଏଲ କର୍ପୋରେସନ କରିବାକୁ ଯୋଜନା କରୁଥିବା ବେଳେ ବିଜେଡି ସରକାର ଏଠାରେ ତାକୁ କରେଇ ଦେଉନାହାଁନ୍ତି । ଏଠାରେ ୪୧୫ କିମି ବ୍ୟାପି କୋଷ୍ଟାଲ ହାଇୱେ ହେବା ନେଇ ମଧ୍ୟ ବିଜେଡି ଦଳର ସହମତି ନାହିଁ ବୋଲି କହିଛନ୍ତି। ଆୟୁଷ୍ମାନ ଭାରତ, ପାଇଖାନା ଓ କାଳିଆ ଯୋଜନାକୁ ନେଇ ମଧ୍ୟ ଧର୍ମେନ୍ଦ୍ର ନବୀନ ପଟ୍ଟନାୟକଙ୍କ ସହ ବିଜେଡିକୁ ଟାର୍ଗେଟ କରିଛନ୍ତି।



from Odisha Reporter http://bit.ly/2GOv82K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages