ଠିକ୍‌ ଆଜିର ଦିନରେ ଆକାଶରେ ହଜିଯାଇଥିଲେ “ଆକାଶ କନ୍ୟା” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ଠିକ୍‌ ଆଜିର ଦିନରେ ଆକାଶରେ ହଜିଯାଇଥିଲେ “ଆକାଶ କନ୍ୟା”

ନୂଆଦିଲ୍ଲୀ: ଆକାଶ କନ୍ୟା କଳ୍ପନା ଚାୱଲା। ଉଡନ୍‌ ପରୀ କୁହାଯାଉଥିବା ଏହି ଭାରତୀୟ ଝିଅ ଆଜିର ଦିନରେ ଦୁନିଆକୁ ଅଲ୍‌ବିଦା କହିଥିଲେ। ୨୦୦୩  ଫେବ୍ରୁୟାରୀ ୧ରେ ଥିବା ତାଙ୍କ ଦ୍ୱିତୀୟ ଅନ୍ତରୀକ୍ଷ ଯାତ୍ରା ପାଲଟିଯାଇଥିଲା ଶେଷ ଯାତ୍ରା । ସେଇ ଆକାଶରେ ହିଁ ସେ ଲୀନ ହୋଇଯାଇଥିଲେ। ଆଜିର ଦିନରେ ନିଜ ସାଥିମାନଙ୍କ ସହ ଅନ୍ତରୀକ୍ଷ ଜାନରେ ପୃଥିବୀ କକ୍ଷକୁ ପ୍ରବେଶ କରୁକରୁ ତାଙ୍କ ଯାନ ଧ୍ୱଂଶ ହୋଇଗଲା ଓ ସେ ସବୁଦିନ ପାଇଁ ଚାଲିଗଲେ।

୨୦୦୩ ଫେବ୍ରୁୟାରୀ ୧ ତାରିଖରେ କଲୋମ୍ବିଆ ସ୍ପେସ୍‌ ସେଣ୍ଟରରେ ସିନା ତାଙ୍କ ଜୀବନର ଉଡ଼ାଣ ଅଟକି ଯାଇଥିଲା କିନ୍ତୁ ଆଜି ବି ଦୁନିଆ ପାଇଁ ସିଏ ଉଦାହରଣ ହୋଇ ରହିଯାଇଛନ୍ତି ଆଉ ଭାରତ ପାଇଁ ଗର୍ବ।

ପ୍ରଥମ ପରୀକ୍ଷଣରେ ସଫଳତା ପରେ କଳ୍ପନାଙ୍କୁ ଗଣମାଧ୍ୟମ କିଛି ପ୍ରଶ୍ନ କରିଥିଲା। ଯାହାର ଉତ୍ତର ରଖି ସେ କହିଥିଲେ- “ମୁଁ ଅନ୍ତରୀକ୍ଷ ପାଇଁ ଜନ୍ମିଛି, ଦିନେ ସେଇଥିରେ ହିଁ ମୋର ମୃତ୍ୟୁ ହେବ।” ଯାହା ସତ୍ୟରେ ପରିଣତ ହୋଇଥିଲା।

୧୯୬୧ ଜୁଲାଇ୧ରେ ଜନ୍ମ ଗ୍ରହଣ କରିଥିବା କଳ୍ପନା, ୪ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ସାନ। ତେଣୁ ଘରେ ତାଙ୍କୁ ଗେହ୍ଲାରେ ମୋଟୁ ଡାକୁଥିଲେ। କଳ୍ପନାଙ୍କ ବାପା ଚାହୁଁଥିଲେ ଯେ ସେ ବଡ଼ ହୋଇ ଜଣେ ଡାକ୍ତର ନ ହେଲେ ଶିକ୍ଷୟତ୍ରୀ ହୁଅନ୍ତୁ। କିନ୍ତୁ କଳ୍ପନାଙ୍କ ଇଚ୍ଛା ଥିଲା ଭିନ୍ନ। ତାରା ସଜ୍ଜିତ ଆକାଶରେ ବିଶାଳ ବ୍ରହ୍ମାଣ୍ଡ ବାବଦରେ ଜାଣିବାକୁ କଳ୍ପନା ଅହରହ ଜିଜ୍ଞାସୁ ହୋଇପଡୁଥିଲେ।

ସେଥିପାଇଁ ତ କେବଳ ବହିରେ ନିଜ ଜ୍ଞାନକୁ ସୀମିତ ରଖିବାକୁ ଚାହୁଁ ନ ଥିଲେ ସେ। ଅତିପାଖରୁ ମହାକାଶକୁ ଦେଖିବାକୁ ଦୁଇଥର ଅନ୍ତରୀକ୍ଷ ଯାତ୍ରା କରିଥିଲେ। ପ୍ରଥମଟି ସଫଳ ହୋଇଥିବାବେଳେ ଦ୍ଵିତୀୟ ଯାତ୍ରାରେ କିନ୍ତୁ କଳ୍ପନାଙ୍କ ସହ ଅନ୍ୟ ୬ ଜଣ ଅନ୍ତରୀକ୍ଷ ଯାତ୍ରୀ ପ୍ରାଣ ହରାଇଥିଲେ।

http://bit.ly/2t1uXc6

 



from Odisha Reporter http://bit.ly/2HIWGZl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages