ମିଥ୍ୟା ମୃତ୍ୟୁ ଗୁଜବ: ରାଇନା କହିଲେ ମୁଁ ବଞ୍ଚିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ମିଥ୍ୟା ମୃତ୍ୟୁ ଗୁଜବ: ରାଇନା କହିଲେ ମୁଁ ବଞ୍ଚିଛି

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ କିଭଳି ମିଥ୍ୟା ଖବର ତଡ଼ିତ ବେଗରେ ପ୍ରଚାର ହୁଏ, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଟିମ୍‌ ଇଣ୍ଡିଆର ବରିଷ୍ଠ କ୍ରିକେଟର ସୁରେଶ ରାଇନା କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନେଇ ସୋଶାଲ୍‌ ମିଡିଆରେ ଅପପ୍ରଚାର ହେବା ପରେ ସାରା ଦେଶରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତେବେ ଶେଷରେ ରାଇନା ଟ୍ୱିଟ୍‌ରେ ଏହି ଖବରକୁ ଖଣ୍ଡନ କରିବା ସହ ସେ ସୁରକ୍ଷିତ ଓ ସୁସ୍ଥ ଥିବା ସ୍ପଷ୍ଟ କରିଛନ୍ତି।

ଗତ କିଛି ଦିନ ଧରି ସୋଶାଲ୍‌ ମିଡିଆ ଓ ୟୁଟ୍ୟୁବ ଚ୍ୟାନେଲରେ ସୁରେଶ ରାଇନା କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଥିଲା। ତେବେ ଆଜି ରାଇନା କହିଛନ୍ତି, “ ଏଭଳି ଫେକ୍‌ ନ୍ୟୁଜ ଯୋଗୁ ତାଙ୍କ ପାରିବାରିକ ଜୀବନରେ ହତାଶା ଭାବ ପ୍ରକାଶ ପାଇଛି।

ଏଭଳି ଫେକ୍‌ ନ୍ୟୁଜ୍‌ରୁ ଦୂରେଇ ରୁହନ୍ତୁ। ଭଗବାନଙ୍କ କୃପାରୁ ମୁଁ ସଂପୂର୍ଣ୍ଣ ସୁସ୍ଥ ରହିଛି। ଯେଉଁମାନେ ୟୁଟ୍ୟୁବ ଚ୍ୟାନେଲରେ ଏଭଳି ମିଥ୍ୟା ଖବର ପ୍ରକାଶ କରିଛନ୍ତି, ଆଶା କରୁଛି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ରାଇନା ଏବେ ଖରାପ ଫର୍ମ ଓ ଫିଟନେସ୍ ସମସ୍ୟା ଯୋଗୁ ଟିମ୍‌ ଇଣ୍ଡିଆରୁ ବାହାରେ ରହିଛନ୍ତି। କିନ୍ତୁ ଆଗାମୀ ଆଇପିଏଲ୍‌ରେ ସେ ପଡ଼ିଆକୁ ଓହ୍ଲାଇ ତାଙ୍କ ଜଲୱା ଦେଖାଇବେ ବୋଲି ତାଙ୍କ ପ୍ରଶଂସକମାନେ ଆଶା ରଖିଛନ୍ତି।



from Odisha Reporter http://bit.ly/2Dz9ZGa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages