ବିଜେପିକୁ କଂଗ୍ରେସର ‘ହଗ୍‌ ଡେ’ ବାର୍ତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ବିଜେପିକୁ କଂଗ୍ରେସର ‘ହଗ୍‌ ଡେ’ ବାର୍ତ୍ତା

ନୂଆଦିଲ୍ଲୀ: ଗତ ଫେବୃଆରୀ ୭ ଗୋଲାପ ଦିବସରୁ ଆରମ୍ଭ ହୋଇଥିବା ଭାଲେଣ୍ଟାଇନ୍ସ ୱିକ୍‌ ବା ପ୍ରେମ ସପ୍ତାହକୁ ନେଇ ଉତ୍ସାହିତ ଅଛନ୍ତି ଯୁବପିଢ଼ି। ଆଉ ଏଥରୁ ବାଦ୍‌ ପଡ଼ିନି ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ କଂଗ୍ରେସ ଦଳ। ଏହି ସର୍ବପୂରାତନ ଦଳ ନିଜର ପ୍ରତିଦ୍ୱନ୍ଦ୍ୱୀ ଦଳ ବିଜେପିକୁ ପ୍ରେମ ସପ୍ତାହର ‘ହଗ୍‌ ଡେ’ ଅବସରରେ ନିଜ ୱିଟର ହ୍ୟାଣ୍ଡଲରରୁ ବାର୍ତ୍ତା ପଠାଇଛି ।

ଏହି ଟ୍ୱିଟ୍‌ରେ ଲେଖାଯାଇଛି, ବିଜେପି Hate ନୁହେଁ Hug ଦରକାର। କାରଣ ଆଜି Hug Day।

ଆଧୁନିକ ଜୀବନଚର୍ଯ୍ୟାରେ ଫେବୃଆରୀ ୧୨ ତାରିଖ Hug Day ଭାବରେ ଯୋଡ଼ିହୋଇଯାଇଛି। ଏହି ଅବସରରେ ଲୋକେ ବିଶେଷ କରି ବିଶ୍ୱର ପଶ୍ଚିମ ଭାଗରେ ହଗ୍‌ କରି ବା କୁଣ୍ଡାଇ ନିଜ ପ୍ରେମ ପରିପ୍ରକାଶ କରିଥାନ୍ତି। ଠିକ୍‌ ସେହିଭଳି ଏହି ଟ୍ୱିଟ୍‌ରେ ଏକ ଭିଡିଓ ରହିଛି ଯେଉଁଥିରେ ରାହୁଲ ମୋଦିଙ୍କୁ କୁଣ୍ଡାଉଥିବାର ବିରଳ ଦୃଶ୍ୟ ମଧ୍ୟ ରହିଛି। ଏଥିରେ ଅନ୍ୟ କିଛି କ୍ଲିପ୍‌ ମଧ୍ୟ ରହିଛି ଯେଉଁଥିରେ ରାହୁଲ ଭାଷଣରେ କହୁଛନ୍ତି କଂଗ୍ରେସ ପ୍ରେମରେ ବିଶ୍ୱାସ କରେ ଘୃଣାରେ ନୁହେଁ। ଏଥିରେ ଗାନ୍ଧିଙ୍କ ଅହିଂସା ଦର୍ଶନକୁ ମଧ୍ୟ ଯୋଡ଼ାଯାଇଛି।

ଏପରି ବାର୍ତ୍ତା ସେହିସମୟରେ ଯାଇଛି ଯେତେବେଳେ ପ୍ରିୟଙ୍କା ଗାନ୍ଧିଙ୍କୁ ବିଜେପି ନେତାମାନେ ବିଭିନ୍ନ ଅଶାଳୀନ ଭାଷାରେ ସମାଲୋଚନା କରାଯାଉଥିବା ଅଭିଯୋଗ ହେଉଛି। ଏପରିକି କିଛି ନେତା ପ୍ରିୟଙ୍କାଙ୍କୁ ରାମାୟଣର ନକାରାତ୍ମକ ଚରିତ୍ର ସୂପର୍ଣ୍ଣଖା ସହିତ ତୁଳନା କରିଥିଲେ।



from Odisha Reporter http://bit.ly/2RXKaoy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages