
ମୁମ୍ବାଇ: ଜମ୍ମୁ କାଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତ୍ମାଘାତୀ ଆତଙ୍କବାଦୀ ଆକ୍ରମଣରେ ସହିଦ୍ଙ୍କ ପରିବାରକୁ କିଛି ବ୍ୟକ୍ତି ଏବଂ ସଂଗଠନ ପକ୍ଷରୁ ସହାୟତା ଦିଆଯିବା ଘୋଷଣା କରାଯାଇଛି। ତେବେ ଏହି କ୍ଷେତ୍ରରେ କିଛି ଫିଲ୍ମ ଅଭିନେତା ମଧ୍ୟ ସାହାୟତାର ହାତ ବଢାଇଛନ୍ତି।
୨୦୧୯ର ସୁପରହିଟ୍ ଫିଲ୍ମ ‘ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ଟିମ୍ ୧ କୋଟି ଟଙ୍କାର ସହାୟତା ରାଶି ଦେବ ବୋଲି ଘୋଷଣା କରିଛି। ଫିଲ୍ମର ପ୍ରଯୋଜକ ରୋନି ସ୍କ୍ରୁ ଓ୍ଵାଲା ସୋଶାଲ୍ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଖାଲି ସେତିକି ନୁହେଁ ସେ ଅନ୍ୟମାନଙ୍କୁ ମଧ୍ୟ ଅନୁରୂପ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ପ୍ରତି ସହିଦ୍ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ରାଶି ଦେବାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ବଲିଉଡ ତାରକା ଶାହାରୁଖ୍ ଖାନ୍, ଆଲିୟା ଭଟ୍ଟ, କରଣ ଜୋହର ଓ ପ୍ରିୟଙ୍କା ଚୋପ୍ରା ପ୍ରମୁଖ ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି। ଅଭିନେତା ଆୟୁଷ୍ମାନ ଖୁରାନା ସହିଦ୍ମାନଙ୍କ ଉଦ୍ଦେଶ୍ୟରେ ଏକ କବିତା ମଧ୍ୟ ଲେଖିଛନ୍ତି।
from Odisha Reporter http://bit.ly/2UX2MXE
No comments:
Post a Comment