ନକଲି ଜାତିଗତ ପ୍ରମାଣପତ୍ର ପାଇଁ ଅଡ଼ୁଆରେ ପୂର୍ବତନ ହକି ଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ନକଲି ଜାତିଗତ ପ୍ରମାଣପତ୍ର ପାଇଁ ଅଡ଼ୁଆରେ ପୂର୍ବତନ ହକି ଅଧିନାୟକ

ହାଇଦ୍ରାବାଦ: ପୂର୍ବତନ ଟିମ୍‌ ଇଣ୍ଡିଆର ହକି କ୍ୟାପ୍ଟେନ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳି ଏନ୍‌ ମୁକେଶ କୁମାର ଏବେ ଅଡ଼ୁଆରେ ପଡ଼ିଛନ୍ତି। ସେ ନକଲି ଜାତିଗତ ପ୍ରମାଣପାତ୍ର ଦେଇଥିବା ଅଭିଯୋଗ ହେବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ସେ ବେଆଇନ ଭାବେ ସିକନ୍ଦରାବାଦ ତହସିଲଦାରଙ୍କ ଠାରୁ ଏସ୍‌ସି ମାଲା ସଂପ୍ରଦାୟର ଜାତିଗତ ପ୍ରମାଣପାତ୍ର ହାତେଇ ଥିବା ଅଭିଯୋଗ ହୋଇଛି। ଭାରତ ପକ୍ଷରୁ ୩୦୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ମୁକେଶ ୮୦ଟି ଗୋଲ ଦେଇଛନ୍ତି।

ଏଭଳି ନକଲି ଜାତିଗତ ପ୍ରମାଣପତ୍ର ପାଇଁ ଦୁଇ ସପ୍ତାହ ତଳେ ମୁକେଶଙ୍କ ନାଁରେ ଏଫ୍‌ଆଇଆର ରୁଜୁ ହୋଇଥିଲା। ତେବେ ଏହି ଘଟଣାଟି ଆଜି ହିଁ ସାମ୍ନାକୁ ଆସିଛି। ଏହି ଏଫ୍‌ଆଇଆର୍‌ରେ ମୁକେଶଙ୍କ ଭାଇ ଏନ୍‌ ସୁରେଶ କୁମାରଙ୍କ ନାଁ ମଧ୍ୟ ରହିଛି। ଏମାନେ ନକଲି କାଗଜପତ୍ର ଦେଇ ଜାଲ ପ୍ରମାଣପତ୍ର ହାସଲ କରିଥିବାରୁ ଦୁଇ ଭାଇଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି।

୩ଥର ଅଲମ୍ପିକ୍ସ ଖେଳିଥିବା ମୁକେଶ ପ୍ରକୃତରେ ବିସି ‘ଏ’ ନୟୀ ବ୍ରାହ୍ମଣୀ ସଂପ୍ରଦାୟର। ହେଲେ ସେ ଜାଲ କାଗଜପତ୍ର ଦେଖାଇ ଏସ୍‌ସି ମାଲା ସଂପ୍ରଦାୟର ପ୍ରମାଣପତ୍ର ହାସଲ କରିଥିଲେ।



from Odisha Reporter http://bit.ly/2tlwzh6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages