
ମୁମ୍ବବାଇ: ବଲିଉଡ୍ ଷ୍ଟାର ଅକ୍ଷୟ କୁମାରଙ୍କ ଅପ୍କମିଂ ଫିଲ୍ମ ‘କେଶରୀ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଆସନ୍ତା ମାର୍ଚ୍ଚ ୨୧ରେ ପରିଦାକୁ ଆସିବାକୁ ଥିବା ଏହି ନୂଆ ଚଳଚ୍ଚିତ୍ରର ୨ଟି ଟିଜର୍ ଏବେ ରିଲିଜ୍ ହୋଇଛି। ଏଥିସହ ଫିଲ୍ମଟିର ଆଉଏକ ପୋଷ୍ଟର ମଧ୍ୟ ମାର୍କେଟ୍କୁ ଆସିଛି। (ଦେଖନ୍ତୁ ଭିଡିଓ)
ଏହି ଟିଜର୍ରେ ହିରୋ ଅକ୍ଷୟ କୁମାର, ଏକ ଖଣ୍ଡା ଧରିଥିବାର ଦେଖିବାକୁ ମିଳିଛି। ୧୮୯୭ରେ ହୋଇଥିବା ସାରଗଢ଼ ଯୁଦ୍ଧକୁ ନେଇ ‘କେଶରୀ’ର କାହାଣୀ ଗତିଶୀଳ ହୋଇଛି। ୧୮୯୭ରେ ଇଂରେଜ ସେନା ଏବଂ ଶିଖ୍ ଲୋକଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ଘଟଣା ଉପରେ ନିର୍ମାଣ ହେଉଛି ଏହି ଫିଲ୍ମ ‘କେଶରୀ’। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅକ୍ଷୟ କୁମାର। ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ପରିଣିତି ଚୋପ୍ରା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂହ। ଏହା ଆସନ୍ତା ମାସ ୨୧ ତାରିଖରେ ପରଦାକୁ ଆସିବ। (ଦେଖନ୍ତୁ ଭିଡିଓ)
from Odisha Reporter http://bit.ly/2GHuFir
No comments:
Post a Comment