
ମୁମ୍ବାଇ: ଫିଲ୍ମ ‘ବିୟଣ୍ଡ୍ ଦ କ୍ଲାଉଡ୍’ରେ ଡେବ୍ୟୁ କରିଥିବା ସାହିଦ୍ କପୁରଙ୍କ ଭାଇ ଇଶାନ୍ଙ୍କର ଦ୍ୱିତୀୟ ଫିଲ୍ମ ଥିଲା ‘ଧଡ଼କ୍’। ପ୍ରଥମ ଫିଲ୍ମଟି ବକ୍ସ ଅଫିସରେ ସେତେଟା ସଫଳତା ହାସଲ କରି ନଥିବା ବେଳେ ଫିଲ୍ମ ‘ଧଡ଼କ’ର କଲେକ୍ସନ୍ ଖାସ୍ ରହିଥିଲା। ଏବେ ଇଶାନ୍ ଏକ ବଡ଼ ବ୍ୟାନରରେ ସୁଯୋଗ ପାଇଥିବା ସୂଚନା ମିଳିଛି । ଫିଲ୍ମ ‘ଧଡ଼କ୍’ରେ ଜାହ୍ନବୀଙ୍କ ଅପୋଜିଟ୍ରେ ଅଭିନୟ କରିଥିଲେ ଇଶାନ୍।
ସୂଚନାମୁତାବକ ସେ ଆଗକୁ ପ୍ରସିଦ୍ଧ ପ୍ରୋଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂଶାଲୀଙ୍କ ସହ କାମ କରି ପାରନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଈଶାନ୍ ଏବେ ଭଂଶାଲୀଙ୍କ ଏହି ପ୍ରୋଜେକ୍ଟରେ ଏବେ ଫୋକସ୍ କରୁଛନ୍ତି। ଭଂଶାଲୀ ନିଜ କାହାଣୀ ପାଇଁ ଈଶାନ୍ଙ୍କୁ ଯୋଗ୍ୟ ବୋଲି ଭାବିଛନ୍ତି।
ସୂତ୍ର ଅନୁସାରେ ସଞ୍ଜୟ, ଈଶାନଙ୍କ ଫିଲ୍ମ ‘ଧଡକ୍’ରୁ ଖୁବ୍ ଇମ୍ପ୍ରେସ୍ ଅଛନ୍ତି। ସେ ନିଜ ଫିଲ୍ମରେ ଏକ ଯୁବ ଚରିତ୍ର ପାଇଁ ଈଶାନଙ୍କୁ ବାଛିଛନ୍ତି। କେବଳ ଏହା ଔପଚାରିକ ଭାବେ ଘୋଷଣା କରିବା ବାକି ରହିଛି।
ଖୁବ୍ଶୀଘ୍ର ଏହାର ସାର୍ବଜନୀନ ଭାବେ ଘୋଷଣା କରାଯିବ। ବ୍ୟକ୍ତିଗତ କଥା କହିଲେ ଈଶାନ୍ ଏବେ ଜାହ୍ନବୀଙ୍କୁ ଡେଟ୍ କରିବା ଖବର ଆସୁଛି। କିନ୍ତୁ ‘କଫି ଉଇଥ୍ କରନ୍’ରେ ଦୁହେଁ ଏକଥାକୁ ଖଣ୍ଡନ କରିଛନ୍ତି।
from Odisha Reporter http://bit.ly/2NdbFJS
No comments:
Post a Comment