ପୁଲୱାମାରେ ପୁଣି ୪ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ପୁଲୱାମାରେ ପୁଣି ୪ ଯବାନ ସହିଦ

pulwama

ପୁଲୱାମା: ଜମ୍ମୁ-କଶ୍ମୀରର ପୁଲୱାମାରେ ପୁଣି ଚାରି ଜଣ ଯବାନ ସହିଦ ହୋଇଛନ୍ତି। ଗତ ଗୁରୁବାର ଏଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଗତକାଲି ରାତିରେ ଏକ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ଜଣ ଯବାନ। ସହିଦଙ୍କ ମଧ୍ୟରେ ଜଣେ ମେଜର ବି ଅଛନ୍ତି। ଏହି ଘଟଣାରେ ଜଣେ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି।

ସହିଦ ହୋଇଥିବା ଯବାନମାନେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର। ସହିଦ ହୋଇଥିବା ମେଜରଙ୍କ ନାଁ ଡି.ଏସ୍ ଡାଣ୍ଡିଆଲ୍‌। ଅନ୍ୟମାନେ ହେଲେ ହେଡ୍‌ କନଷ୍ଟେବଳ ସେବା ରାମ୍, ଅଜୟ କୁମାର ଓ ହରି ସଂ।

ପୁଲୱାମାଠାରୁ ପ୍ରାୟ ତିନି କିଲୋମିଟର ଦୂର ପିଙ୍ଗଲନ ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ପାଇବା ପରେ ଗତକାଲି ବିଳମ୍ବିତ ରାତିରେ ସେନା, ସ୍ଥାନୀୟ ପୁଲିସ୍ ଓ ସିଆର୍‌ପିଏଫ୍ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନ୍ ବେଳେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୪ ଜଣ ଯବାନ ସହିଦ ହୋଇଛନ୍ତି।

ଶେଷ ଖବର ସୁଦ୍ଧା ଘଟଣାସ୍ଥଳରେ ଗୁଳିବିନିମୟ ବନ୍ଦ ହୋଇଯାଇଛି। ତେବେ ଯବାନମାନେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଗତ ଗୁରୁବାର ଜମ୍ମୁ-ଶ୍ରୀନଗର ରାଜପଥରେ ଆତ୍ମଘାତୀ ଆତଙ୍କବାଦୀ ହମ୍‌ଲା ହୋଇଥିଲା। ଏଥିରେ ସିଆର୍‌ପିଏଫ୍ ଯବାନଙ୍କୁ ନେଇ ଯାଉଥିବା ବସ୍‌କୁ ଟାର୍ଗେଟ୍ କରାଯାଇଥିଲା। ଏଥିରେ ୪୦ ଜଣ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ନିଜକୁ ଦାୟୀ କରିଛି। ଅପରପକ୍ଷରେ ଏ ଘଟଣା ପରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ପୋଷଣ କରିଛି ଭାରତ।



from Odisha Reporter http://bit.ly/2SWIlwD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages