ପୁଲୱାମା ପ୍ରତିଶୋଧ ପରେ ସେନାକୁ ସଲାମ୍‌ ଜଣାଇଲା ବଲିଉଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ପୁଲୱାମା ପ୍ରତିଶୋଧ ପରେ ସେନାକୁ ସଲାମ୍‌ ଜଣାଇଲା ବଲିଉଡ୍‌

ମୁମ୍ୱାଇ: ଫେବ୍ରୁଆରୀ ୧୪ ପୁଲୱାମା  ଆତଙ୍କବାଦୀ ଆକ୍ରମଣରେ କାନ୍ଦିଥିଲା ସାରା ଦେଶ। ତାତି ଉଠିଥିଲେ ସାରା ଜନତା।  ସବୁଠି ଶୁଣିବାକୁ ମିଳିଥିଲା ପ୍ରତିଶୋଧର ନାରା । ଆଉ ଆକ୍ରମଣର ଠିକ୍ ୧୨ ଦିନ ପରେ  ଜବାବ ଦେଇଛନ୍ତି ଭାରତୀୟ ସେନା। ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଇଛି। ଜୈଶ-ଇ-ମହମ୍ମଦର ଶିବିରକୁ ଲକ୍ଷ୍ୟ କରି ବାୟୁସେନା ୧୦୦୦ କେଜି ଓଜନର ବୋମା ପକାଇଛି, ଯେଉଁଥିରେ ୩୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଆକ୍ରମଣରେ ଆତଙ୍କବାଦୀଙ୍କ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ଧ୍ୱଂସ ହୋଇଥିବା ଖବର ମିଳିଛି।

ବାୟୁସେନାର ଏହି ପଦକ୍ଷେପକୁ ସାରା ଦେଶ ପ୍ରଶଂସା କରିଛି। ବଲିଉଡ୍‌ରେ ମଧ୍ୟ ସେନାର ଏପରି କାମକୁ ବେଶ୍ ପ୍ରଶଂସା କରାଯାଇଛି।  ପୂର୍ବରୁ ସହିଦ୍‌ଙ୍କ ପରିବାର ପାଇଁ ବଲିଉଡରୁ ସହାୟତାର ସୁଅ ଛୁଟିଥିଲା।  ଏବେ ପ୍ରତି ଆକ୍ରମଣ ପରେ ଟ୍ୱିଟର୍‌ରେ ପ୍ରଶଂସାରେ ବାୟୁସେନାକୁ ପୋତି ପକାଇଛନ୍ତି ବଲିଉଡ୍‌ କଳାକାର ଓ ଅନ୍ୟମାନେ।

ଅନୁପମ୍‌ ଖେର୍‌ କହିଛନ୍ତି, “ଭାରତ ମାତା କି ଜୟ। ବାୟୁସେନାକୁ ସଲାମ୍‌।“

ସେହିପରି ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ ଅଶୋକ ପଣ୍ଡିତ ଟ୍ୱିଟ୍‌ କରି ଲେଖିଛନ୍ତି, “ଚୁନ୍‌ ଚୁନ୍‌ କେ ମାରେଙ୍ଗେ! ଯବାନଙ୍କୁ ସଲାମ୍‌! ବନ୍ଦେ ମାତରମ୍‌।“
ପାକିସ୍ତାନକୁ ସମର୍ଥନ କରି ଆସୁଥିବା ନବଜୋତ୍‌ ସିଂହ ସିଦ୍ଧୁ ମଧ୍ୟ ଦୁଇଟି ଟ୍ୱିଟ୍‌ କରି ଭାରତୀୟ ବାୟୁସେନାର ଏପରି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

କେବଳ ବଲିଉଡ୍‌ ନୁହେଁ, ଟିଭି ତାରକା ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। କିଛି ଅଭିନେତା ‘How’s the Jaish’ ଲେଖି ପାକିସ୍ତାନକୁ ଆଙ୍ଗୁଳି ଦେଖାଇଛନ୍ତି।

ଲୋକପ୍ରିୟ ଲେଖକ ଚେତନ ଭଗତ ଟ୍ୱିଟ୍‌ କରି ଲେଖିଛନ୍ତି, “ଯଦି ତମେ ଗୋଟିଏ ଗାଲକୁ ଚାପୁଡ଼ା ମାରିବ ତେବେ ଆମେ ଅନ୍ୟ ଗାଲକୁ ଆଗକୁ କରିବା ପରିବର୍ତ୍ତେ ତୁମ କଲର୍‌ ଧରି ମାରିବୁ। ଯାହା ପରେ ତୁମେ ଏପରି ଆଉଥରେ କରିବା ପାଇଁ ଚେଷ୍ଟା କରିବ ନାହିଁ। ତେବେ ସେ ସିଧାସଳଖ  ପାକିସ୍ତାନର ନାମ ନ ନେଇ ଇସାରାରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି।“

ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ଅଜୟ ଦେବଗନ୍‌, ଅଭିଷେକ ବଚ୍ଚନ, ପରେଶ ରାୱଲ୍‌, ମଲ୍ଲିକା ଶେରାୱତ୍‌, କରନ୍‌ କୁନ୍ଦ୍ରା, ବିବେକ ଓବରଏ, କୈଲାସ୍‌ ଖୈର୍‌, ତାପସୀ ପନ୍ନୁ, ଅକ୍ଷୟ କୁମାର, ସଞ୍ଜୟ ଦତ୍ତ ମଧ୍ୟ ଟ୍ୱିଟ୍‌ କରି  ଭାରତୀୟ ବାୟୁସେନାର ପ୍ରଶଂସା କରିଛନ୍ତି।



from Odisha Reporter https://ift.tt/2H7JLhL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages