ଭାରତକୁ ଜବାବ ଦେବ ବୋଲି କହିଲା ପାକିସ୍ତାନ, ସମସ୍ତଙ୍କୁ ସଜାଗ ରହିବାକୁ ଇମ୍ରାନଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଭାରତକୁ ଜବାବ ଦେବ ବୋଲି କହିଲା ପାକିସ୍ତାନ, ସମସ୍ତଙ୍କୁ ସଜାଗ ରହିବାକୁ ଇମ୍ରାନଙ୍କ ନିର୍ଦ୍ଦେଶ

ଇସ୍‌ଲାମାବାଦ: ଭାରତର ଏୟାର ଷ୍ଟ୍ରାଇକରେ ବାଉଳା ହୋଇଯାଇଥିବା ପାକିସ୍ତାନ ଏବେ ପ୍ରତିଶୋଧ ନେବ ବୋଲି ଧମକ ଦେଇଛି। ଏୟାର ଷ୍ଟ୍ରାଇକ୍‌କୁ ସ୍ୱୀକାର କରିଥିବା ପାକିସ୍ତାନ କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନି ବୋଲି କହିଛି।

ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦ ବୈଠକ ବସିଥିଲା। ଏଥିରେ ଇମ୍ରାନ୍‌ ଖାନ୍‌ ଦେଶର ସମସ୍ତ ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକଙ୍କୁ ସବୁ ପ୍ରକାରର ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକ ପରେ ପାକିସ୍ତାନ ପ୍ରତିରକ୍ଷା, ଅର୍ଥ ଓ ବୈଦେଶିକ ମନ୍ତ୍ରୀ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରି ଭାରତକୁ ଧମକ ଦେଇଛନ୍ତି। ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେଶୀ କହିଛନ୍ତି, “ଭାରତ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟର ଜବାବ ପାକିସ୍ତାନ ନିଶ୍ଚୟ ଦେବ। ଭାରତୀୟ ବାୟୁସେନା ବିମାନ ପାକିସ୍ତାନରେ ପ୍ରବେଶ କରିଥିବା ବେଳେ ଏହାକୁ ଦେଶର ବାୟୁସେନା ଦୃଢ଼ ଜବାବ ଦେଇଥିଲା। ଏବେ ପାକିସ୍ତାନ ଏଭଳି ଆଭିମୁଖ୍ୟକୁ କେବେ ସହ୍ୟ କରିବ ନାହିଁ। ଭାରତ ସରକାର କେବଳ ନିଜର ବ୍ୟକ୍ତିଗତ ଫାଇଦା ଓ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଆକ୍ରମଣାତ୍ମକ ରୂପ ଦେଖାଇଛନ୍ତି।

ଏହାଦ୍ୱାରା ପାକିସ୍ତାନର ଆଭ୍ୟନ୍ତରୀଣ ଶାନ୍ତିରେ ବ୍ୟାଘାତ ସୃଷ୍ଟି ହୋଇଛି। ତେଣୁ ପାକିସ୍ତାନ ଏବେ ଠିକ୍‌ ସମୟ ଓ ଠିକ୍‌ ସ୍ଥାନ ଦେଖି ଏହାର ଜବାବ ଦେବ। ପାକିସ୍ତାନ ନିଜ ଇଚ୍ଛାରେ ନିଜର ସୁରକ୍ଷା ପାଇଁ ସ୍ଥାନ ଚୟନ କରି ହମଲା କରିବ। ପାକିସ୍ତାନ ସରକାର ଖୁବ୍‌ଶୀଘ୍ର ଯୁଗ୍ମ ସଂସଦ ଡାକିବେ। ଏଥିରେ ପ୍ରତିରକ୍ଷା, ଅର୍ଥ ଓ ବୈଦେଶିକ ମନ୍ତ୍ରୀଙ୍କୁ ନେଇ ଗଠିତ ୩ ଜଣିଆ କମିଟି ସଂସଦକୁ ସବୁ କଥା ଜଣାଇବେ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନେବେ। ପାକିସ୍ତାନ ୱଜିର-ଇ-ଆଜମ ଇମ୍ରାନ୍ ଖାନ୍ ଏବେ ଏହି ପ୍ରସଙ୍ଗରେ ବିଶ୍ୱସ୍ତରୀୟ ନେତାଙ୍କ ସହ କଥା ହେବେ। ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ କର୍ପୋରେସନ୍‌ରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯିବ। ଭାରତର ବୈଦେଶିକ ମନ୍ତ୍ରୀ ଏଥିରେ ମୁଖ୍ୟ ଅତିଥି ରହିବାର କାର୍ଯ୍ୟକ୍ରମ ରହିଛି। ତେଣୁ ତାଙ୍କୁ ବହିଷ୍କାର କରିବାକୁ ଏଥିରେ ଦାବି କରାଯିବ।”

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖାଟ୍ଟକ କହିଛନ୍ତି, “ ଭାରତୀୟ ବିମାନ ନିୟନ୍ତ୍ରଣ ରେଖାର ୪ରୁ ୫ କିମି ଭିତରକୁ ଆସି କିଛି ବିସ୍ଫୋରକ ପକାଇଛି। ଏହି ଘଟଣା ରାତିରେ ଘଟିଛି। ସେଠାରେ ଘଟିଥିବା କିଛି ତଥ୍ୟ ଆମେ ସାର୍ବଜନୀନ କରି ହେବନାହିଁ। ତଥାପି ପାକିସ୍ତାନ ଏହାର ଜବାବ ଦେବ।”



from Odisha Reporter https://ift.tt/2Vfj5PI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages