
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରାଟ କୃଷକ ସମାବେଶରେ ଯୋଗଦେବା ସହିତ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହି ଉତ୍ସବରେ ଯୋଗଦେଇ ମୋଦି କହିଥିଲେ, ୧ କୋଟି ୧ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କ ଲେଖାଏ ଯାଇସାରିଲାଣି। ମୋଟ ୨୧ କୋଟି ଟଙ୍କାର ସହାୟତା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଥିବା ସେ କହିଛନ୍ତି।
ସେ ଏହି ଅବସରରେ କହିଛନ୍ତି, କୃଷି ଋଣ ଛାଡ଼ ମଧ୍ୟ ସହଜ ହୋଇଥାନ୍ତା। ଆମେ ରାଜନୀତିକ ଫାଇଦା ଏବଂ ନିର୍ବାଚନୀ ଫାଇଦା ପାଇଁ ସେହି ଉପାୟ ଆପଣାଇ ପାରିଥାନ୍ତୁ। କିନ୍ତୁ ଆମେ ସେହି ଅପରାଧ କରିପାରିବୁ ନାହିଁ। ଋଣଛାଡ଼ କେବଳ ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ସାହାଯ୍ୟ କରିବ।
ସେ ଆହୁରି ମଧ୍ୟ କହିଥିଲେ, ମୁଁ ରାଜନୀତିକ ଦଳମାନଙ୍କୁ ପୂର୍ବରୁ ମଧ୍ୟ ଚେତାବନୀ ଦେଇଥିଲି, ଏହି ଯୋଜନାକୁ ନେଇ ରାଜନୀତି କରନି। ମୁଁ ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ଚେତାବନୀ ଦେଇଥିଲି, ଯଦି ଏହାକୁ ନେଇ ରାଜନୀତି କରିବ ଚାଷୀଙ୍କ ଅଭିଶାପରେ ଧ୍ୱଂସ ହୋଇଯିବ। ଚାଷୀମାନେ କାହାକଥାରେ ଭାସି ନଯିବାକୁ ମୋଦି ପରାମର୍ଶ ଦେଇଥିଲେ।
ଏହି ଯୋଜନାରେ ୨ ହେକ୍ଟର ଯାଏ ଜମି ଥିବା ଚାଷୀ ବାର୍ଷିକ ୬୦୦୦ ଟଙ୍କାର ସହାୟତା ରାଶି ପାଇବେ। ଏହାର ବୋଝ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ସରକାର ବହନ କରୁଛନ୍ତି।
from Odisha Reporter https://ift.tt/2GW99qB
No comments:
Post a Comment