
ବିଶାଖାପଟ୍ଟନମ୍: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସାଥୀ ଖେଳାଳିଙ୍କୁ ଭ୍ରମଣକାରୀ ଦଳକୁ ହାଲ୍କାରେ ନନେବାକୁ ପରାମର୍ଶ ଦେଇଛନ୍ତି। କୋହଲିଙ୍କ ଅନୁଯାୟୀ ଚଳିତ ସିରିଜ୍ରେ ଅଷ୍ଟ୍ରେଲିଆର ଜଣେ ଖେଳାଳି ଭାରତ ପାଇଁ ବିପଦ ସାବ୍ୟସ୍ତ ହୋଇପାରନ୍ତି।
ସେହି ବିପଜ୍ଜନକ ଖେଳାଳି ହେଉଛନ୍ତି ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍। କୋହଲି କହିଛନ୍ତି, ଅଷ୍ଟ୍ରେଲିଆଠାରୁ ଆମକୁ କଡା ଟକ୍କର ମିଳିବ ବୋଲି ଆଶା। କିନ୍ତୁ ଜଣେ ଖେଳାଳିଙ୍କଠାରୁ ଆମକୁ ସତର୍କ ରହିବାକୁ ପଡ଼ିବ, ଆଉ ସେ ହେଉଛନ୍ତି ଷ୍ଟୋଇନସ୍।
ଷ୍ଟୋଇନିସ୍ ବିଗ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ ଲଗାତାର ଭଲ ପ୍ରଦର୍ଶନ କରିଥିଲେ। ସେ ଏଭଳି ଜଣେ ଖେଳାଳି, ଯିଏ ସର୍ବଦା ଆତ୍ମବିଶ୍ବାସରେ ଭରପୂର ଥାନ୍ତି। ସେ ମଧ୍ୟ ଅଷ୍ଟ୍ରେଲିଆ ଟିମ୍ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଖେଳାଳି। ତେଣୁ ତାଙ୍କଠାରୁ ଆମକୁ କଡ଼ା ଚ୍ୟାଲେଞ୍ଜ ମିଳିପାରେ ବୋଲି କୋହଲି କହିଛନ୍ତି। ସୂଚନାଯୋଗ୍ୟ,ସେ ବିବିଏଲ୍ରେ ୧୩ଟି ମ୍ୟାଚ୍ରୁ ୫୩୩ ରନ୍ ଏବଂ ୧୪ ୱିକେଟ୍ ହାସଲ କରିଥିଲେ। କିନ୍ତୁ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ରେ ତାଙ୍କ ରେକର୍ଡ ଭଲ ରହିନାହିଁ।
from Odisha Reporter https://ift.tt/2NqAzpI
No comments:
Post a Comment