ବାଇକରେ ଆସି ଦୁଇ ଲକ୍ଷ ଟଙ୍କା ଲୁଟି ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ବାଇକରେ ଆସି ଦୁଇ ଲକ୍ଷ ଟଙ୍କା ଲୁଟି ନେଲେ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ ଜଗନ୍ନାଥ ସାହୁ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ। ଆଜି ଏମିତି ଘଟଣା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ୟୁକୋ ବ୍ୟାଙ୍କ ସମ୍ମୁଖରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ବ୍ୟାଙ୍କ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଫତେଗଡ଼ ଗାଁର ଜଗନ୍ନାଥ ସାହୁ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ତେବେ ରାସ୍ତାରେ ଆସୁଥିବା ବେଳେ କିଛି ସମୟ ପାଇଁ ଛିଡ଼ା ହୋଇଯାଇ ଥିଲେ।ଏହି ସମୟରେ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ପାଖରେ ଛିଡ଼ା ହେଲେ। ଛିଡା ହେବା ବାହାନାରେ ସେମାନେ ବିସ୍କୁଟ ଖାଇ ତାଙ୍କ ଉପରେ ପକାଇଥିଲେ।ଦୁର୍ବୃତ୍ତଙ୍କ ଏପରି କାର୍ଯ୍ୟ ଦେଖି ଜଗନ୍ନାଥ ସେଠାରୁ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତ ଦୁଇ ଜଣ ତାଙ୍କୁ ଧକ୍କା ମାରିଥିଲେ। ଫଳରେ ଜଗନ୍ନାଥ ତଳେ ପଡ଼ି ଯାଇଥିଲେ। ଏହାର ସୁଯୋଗ ନେଇ ଦୁଇ ଦୁର୍ବୃତ୍ତ ଜଗନ୍ନାଥଙ୍କ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ।

ଏନେଇ ଜଗନ୍ନାଥ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି।



from Odisha Reporter https://ift.tt/2Tia7Ur

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages