ଯେତେ ବିରୋଧ କଲେ ବି ମୋତେ କେହି ରୋକି ପାରିବେନି: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ଯେତେ ବିରୋଧ କଲେ ବି ମୋତେ କେହି ରୋକି ପାରିବେନି: ବୈଜୟନ୍ତ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ମାର୍ଶାଘାଇରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି। ବିଜୁ ଯୁବ ବାହିନୀର କେତେକ କର୍ମକର୍ତ୍ତା ତାଙ୍କୁ କଳା ପତାକା ଦେଖାଇବା ସହିତ ନାରାବାଜି କରିଥିଲେ।

ଆଜି ଦିନ ୪ଟା ବେଳେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଜୁଣ ଗାଁର ଦୁର୍ଘଟଣାରେ ମୃତ ଅବିନାଶ ରଥଙ୍କ ଘରକୁ ଯାଇଥିଲେ। ଶ୍ରୀ ପଣ୍ଡା ଗାଁରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ଲୋକ ସମର୍ଥନ ମିଳିଥିଲା। ସମର୍ଥକମାନେ ତାଙ୍କୁ ଏକ ବିରାଟ୍ ପଟୁଆରରେ ପାଛୋଟି ନେଇଥିଲେ। ପରେ ସେ ପୂର୍ଵତନ ବ୍ଲକ ଉପାଧକ୍ଷ ସୁରେନ୍ଦ୍ର ସ୍ୱାଇଁ ଓ ପକ୍ଷାଘାତରେ ପୀଡ଼ିତ ସନ୍ଧ୍ୟାରାଣୀ ବେଉରାଙ୍କୁ ସୌଜନ୍ୟମୂଳକ ଭାବେ ଦେଖା କରିବାକୁ ଯାଉଥିଲେ। ଏହି ସମୟରେ ବିଜୁ ଯୁବ ବାହିନୀର କର୍ମୀମାନେ ରାସ୍ତାରେ ବାଉଁଶ ପକାଇ ରାସ୍ତା ଅବରୋଧ କରିଥିଲେ। ଏପରିକି କଳା ପତାକା ଦେଖାଇ ‘ବୈଜୟନ୍ତ ପଣ୍ଡା ଗୋ ବ୍ୟାକ୍‌’ ନାରା ଦେଇଥିଲେ। ଘଟଣାସ୍ଥଳରେ ମାର୍ଶାଘାଇ ପୁଲିସ ଉପସ୍ଥିତ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିବା ଆଲୋଚନା ହେଉଛି।

ବୈଜୟନ୍ତ ପଣ୍ଡା କହିଛନ୍ତି-“ମାର୍ଶାଘାଇ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମୋତେ ବହୁ ସ୍ନେହ ଓ ଶ୍ରଦ୍ଧା ମିଳୁଛି। ଖାସ୍‌କରି କେନ୍ଦ୍ରାପଡ଼ାକୁ ମୁଁ ମୋର କର୍ମଭୂମି ଭାବେ ମାନି ନେଇଛି ଏବଂ ସେଥିପାଇଁ ବହୁ ପରିଶ୍ରମ କରିଛି। ଆଉ କେନ୍ଦ୍ରାପଡ଼ାବାସୀ ଦେଇଥିବା ସ୍ନେହକୁ ମୁଁ କେବେ ଭୁଲି ପାରିବି ନାହିଁ। ସେମାନଙ୍କ ଆର୍ଶୀବାଦ ଓ ସମର୍ଥନ ବଳରେ ମୁଁ ଜିଲ୍ଲା ତଥା ରାଜ୍ୟର ଦାବିକୁ ଦିଲ୍ଲୀ ଦରବାରରେ ପହଞ୍ଚାଇ ପାରିଛି। ଯଦି କେନ୍ଦ୍ରାପଡ଼ା ବାସୀ ମୋତେ ଏମିତି ସମର୍ଥନ ଦେବାକୁ ପ୍ରସ୍ତୁତ ଅଛନ୍ତି, ତାହାହେଲେ ଏହି ଆନ୍ଦୋଳନକୁ ଆଗକୁ ନେବା ପାଇଁ ମୁଁ ପ୍ରସ୍ତୁତ ରହିଛି। ମତେ ଯେତେ ବିରୋଧ କଲେ ବି କେହି ରୋକି ପାରିବେନି।”



from Odisha Reporter http://bit.ly/2WGtndl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages