ଆଇସିସି ରାଙ୍କିଙ୍ଗ: ୩ଟି ସ୍ଥାନ ଡେଇଁଲେ ଧୋନି, ୧ନଂରେ ବିରାଟ୍‌ ଓ ବୁମ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ଆଇସିସି ରାଙ୍କିଙ୍ଗ: ୩ଟି ସ୍ଥାନ ଡେଇଁଲେ ଧୋନି, ୧ନଂରେ ବିରାଟ୍‌ ଓ ବୁମ୍ରା

ଦୁବାଇ: ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆକୁ ସେମାନଙ୍କ ମାଟିରେ ଧରାଶାୟୀ କରିଥିବା ଟିମ୍‌ ଇଣ୍ଡିଆ ଏବେ ୧୨୨ ପଏଣ୍ଟ ସହ ଆଇସିସି ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ପୂର୍ବଭଳି ରହିଛି। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲି ବ୍ୟାଟସମ୍ୟାନ ତାଲିକାର ୧ ନଂ ସ୍ଥାନରେ ରହିଥିବା ବେଳେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିଛନ୍ତି।

ତେବେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମଥର ପାଇଁ ଆଇସିସି ରାଙ୍କିଙ୍ଗରେ ୩ଟି ସ୍ଥାନ ଉପରକୁ ଉଠି ୧୭ତମ ନଂରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଧୋନି ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ବିବେଚିତ ହେବା ପରେ ଏଭଳି ମାନ୍ୟତା ପାଇଛନ୍ତି।

ଆଜି ଆଇସିସି ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ “ଭାରତ ୧୨୨ ପଏଣ୍ଟ ସହ ଦିନିକିଆ ଟିମ୍‌ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଛି। ଇଂଳଣ୍ଡ ୧୨୬ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଛି। ଭାରତଠାରୁ ନ୍ୟୁଜିଲ୍ୟାଣ୍ଡ ୪-୧ରେ ହାରିବା ପରେ ତୃତୀୟରୁ ୪ର୍ଥ ସ୍ଥାନକୁ ଖସି ଆସିଛି।

ଏବେ ଦକ୍ଷିଣ ଆଫ୍ରିକା ୧୧୧ ପଏଣ୍ଟ ସହ ୩ୟ ନମ୍ବର ସ୍ଥାନରେ ରହିଛି। ୧୦୫ ପଏଣ୍ଟ ସହ ପାକିସ୍ତାନ ୫ମ ସ୍ଥାନରେ ରହିଛି।

ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ୍‌ ୮୮୭ ପଏଣ୍ଟ ସହ ଏକ ନମ୍ବରରେ ରହିଥିବା ବେଳେ ତାଙ୍କ ପଛକୁ ରୋହିତ ଶର୍ମା ୮୫୪ ପଏଣ୍ଟ ସହ ଦ୍ୱିତୀୟରେ ରହିଛନ୍ତି। ତୃତୀୟ ସ୍ଥାନରେ ରସ୍‌ ଟେଲର(୮୨୧), ୪ର୍ଥ ସ୍ଥାନରେ ଜୋ ରୁଟ୍‌ (୮୦୭), ୫ମରେ ବାବର ଆଜମ (୮୦୧), ୬ଷ୍ଠରେ ଫାଫ୍‌ ଡୁପ୍ଲେସିସ୍‌ (୭୯୧), ୭ମରେ ଶାଇ ହୋପ (୭୮୦),୮ମରେ କ୍ୱିଣ୍ଟନ୍‌ ଡି’କକ୍‌ (୭୫୮), ୯ମରେ ଫଖର ଜମାନ (୭୫୫) ଓ ୧୦ମ ସ୍ଥାନରେ ଶିଖର ଧୱନ (୭୪୪) ରହିଛନ୍ତି।

ବୋଲିଂରେ ଯଶପ୍ରୀତ ବୁମ୍ରା ଥିବା ବେଳେ ଦ୍ୱିତୀୟରେ ରଶିଦ ଖାନ୍, ତୃତୀୟରେ ଟ୍ରେଣ୍ଟ ବୋଲ୍ଟ, ୪ର୍ଥରେ କୁଲଦୀପ ଯାଦବ ଓ ୫ମରେ ୟୁଜଭେନ୍ଦର ଚହଲ ରହିଛନ୍ତି।

ସେହିପରି ଭୁବନେଶ୍ୱର କୁମାର ୬ଟି ସ୍ଥାନ ଉପରକୁ ଉଠି ୧୭ତମ ରାଙ୍କରେ ପହଞ୍ଚିଛନ୍ତି।



from Odisha Reporter http://bit.ly/2RDjkC3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages