ଆଇପିଏଲ୍‌ ଉଦ୍‌ଘାଟନୀ ଉତ୍ସବ ଅର୍ଥ ପୁଲାୱାମା ସହିଦଙ୍କୁ ମିଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ଆଇପିଏଲ୍‌ ଉଦ୍‌ଘାଟନୀ ଉତ୍ସବ ଅର୍ଥ ପୁଲାୱାମା ସହିଦଙ୍କୁ ମିଳିବ

ନୂଆଦିଲ୍ଲୀ: ଫଟାଫଟ୍‌ କ୍ରିକେଟ୍‌ ଆଇପିଏଲ୍‌ର ଉଦ୍‌ଘାଟନୀ ଉତ୍ସବ ଆଉ ରଙ୍ଗାରଙ୍ଗ ହେବନି। ପ୍ରତିଟି ସଂସ୍କରଣରେ ଦର୍ଶକମାନେ ଆଇପିଏଲ୍‌ର ଗ୍ରାଣ୍ଡ ଓପନିଂରେ ବଲିଉଡ୍‌ କଳାକାରଙ୍କ ନାଚଗୀତର ମଜା ନିଅନ୍ତି। ତେବେ ଏ ବାବଦରେ ବିସିସିଆଇ ଖର୍ଚ୍ଚ କରୁଥିବା ଅର୍ଥକୁ ଏଥର ଏକ ମହାନ କାମରେ ଲଗାଯିବ।

ଆଇପିଏଲ୍‌ ଉଦ୍‌ଘାଟନୀ ଉତ୍ସବ ପାଇଁ ଖର୍ଚ୍ଚ ଅର୍ଥକୁ ଏଥର ବିସିସିଆଇ ପୁଲୱାମା ହମ୍‌ଲାରେ ସହିଦ ଯବାନଙ୍କ ପରିବାର ଲୋକଙ୍କୁ ଦେବ।

ଏ ସମ୍ପର୍କରେ ସିଓଏ ଅଧ୍ୟକ୍ଷ ବିନୋଦ ରାଏ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆଇପିଏଲ୍‌ର ଉଦ୍‌ଘାଟନୀ ପାଇଁ ବିସିସିଆଇ ବିପୁଳ ପାରିମାଣର ଅର୍ଥ ଖର୍ଚ୍ଚ କରେ। ହେଲେ ଏଥର ଅଧିକ ଟଙ୍କା ଖର୍ଚ୍ଚ ହେବନି। ଏବାବଦରେ ବଳୁଥିବା ଅର୍ଥକୁ ସହିଦ ଯବାନଙ୍କ ପରିବାର ଲୋକଙ୍କୁ ଦିଆଯିବ। ”

ଫେବୃଆରୀ ୧୪ ପ୍ରେମ ଦିବସରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତ୍ମଘାତୀ ଆକ୍ରମଣ କରିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ।



from Odisha Reporter https://ift.tt/2Eoy3xm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages