ବସ୍‌କୁ ଅପେକ୍ଷା କରିଥିବା ବେଳେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ବସ୍‌କୁ ଅପେକ୍ଷା କରିଥିବା ବେଳେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ବିନିକା (ଦିଲ୍ଲୀପ ସାହୁ): ବସ୍‌କୁ ଅପେକ୍ଷା କରିଥିବା ବେଳେ ମାଡ଼ିଗଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌। ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଅଞ୍ଚଳରେ ଘଟିଛି।

ବିନିକା ଥାନା ଚେରୁପାଲି ଗାଁର ରୁଖ ଭରାସାଗର, ତାଙ୍କ ଝିଅ, ସୌନପୁର ଗାଁର ସୁରେନ୍ଦ୍ର ବରିହାଙ୍କ ସମେତ ଅନ୍ୟ ଜଣେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ବିନିକାରୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡ଼ି ଯାଇ ପରିତ୍ୟକ୍ତ ଘରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ରୁଖ ଭରାସାଗର ଓ ସୁରେନ୍ଦ୍ର ବରିହାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ରୁଖ ଭରାସାଗରଙ୍କ ଝିଅ ଓ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ଏହି ଘଟଣାରେ ପୁଲିସ ଟ୍ରକ୍‌ ଚାଳକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।



from Odisha Reporter https://ift.tt/2Ivhrbo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages