୭ ତାରିଖ ଯାଏ ଦିନରେ ଖରା, ରାତିରେ ଶୀତ, ୮ରୁ ୧୦ ବର୍ଷା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

୭ ତାରିଖ ଯାଏ ଦିନରେ ଖରା, ରାତିରେ ଶୀତ, ୮ରୁ ୧୦ ବର୍ଷା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟରେ ଦିନବେଳା ତାପମାତ୍ରା ୩୦ ଡିଗ୍ରୀ ଡେଇଁଥିବା ବେଳେ ରାତିରେ ତାପମାତ୍ରା ଆଶାତୀତ ଭାବେ ହ୍ରାସ ପାଉଛି। ଫଳରେ ଓଡ଼ିଶାବାସୀ ରାତିବେଳା ଅସହ୍ୟ ଜାଡ଼ର ସମ୍ମୁଖୀନ ହେଉଛନ୍ତି।

ଏଭଳି ପାଗ ଆସନ୍ତା ୭ ତାରିଖ ଯାଏ ଜାରି ରହିବ। ଅର୍ଥାତ ରାତି ବେଳେ ତାପମାତ୍ରା ହ୍ରାସ ପାଇବ। ସେହିପରି ଦିନ ବେଳେ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଡେଇଁବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁଯାୟୀ, ରାତିରେ ଥଣ୍ଡା ଓ ଦିନରେ ପ୍ରବଳ ଖରା ଅନୁଭୂତ ହେବ।

କିନ୍ତୁ ଭୂମଧ୍ୟସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶାରେ ବର୍ଷା ହେବ। ବିଶେଷ କରି ଉତ୍ତର ଓଡ଼ିଶାରେ ମଧ୍ୟମଧରଣର ବର୍ଷା ସହ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି।

ତେବେ ୭ ତାରିଖ ପରେ ରାତି ବେଳା ମଧ୍ୟ ଓଡ଼ିଶାର ତାପମାତ୍ରା ବୃଦ୍ଧି ପାଇବ। ଆକାଶ ମେଘାଚ୍ଛନ୍ନ ରହିବାର ସମ୍ଭାବନା ଥିବାରୁ ଉଭୟ ଦିନ ଓ ରାତିର ତାପମାତ୍ରା ବଢ଼ିବ। ପୁଣି ୧୧ ତାରିଖରୁ ରାତିର ତାପମାତ୍ରା ହ୍ରାସ ପାଇବା ସହ ଶୀତ ଲେଉଟିବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଏବେ ପଶ୍ଚିମ ଓଡ଼ିଶା ଅପେକ୍ଷା ଉପକୂଳ ଓଡ଼ିଶାରେ ଦିନ ବେଳା ପ୍ରବଳ ଗରମ ଅନୁଭୂତ ହେଉଛି। କିନ୍ତୁ ରାତିରେ ସାରା ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।



from Odisha Reporter http://bit.ly/2WGtplt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages