ଭ୍ୟାଲେଣ୍ଟାଇନ୍‌ ଡେ’ରେ ରାହୁଲଙ୍କୁ ମିଳିଲା ଚୁମ୍ମା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ଭ୍ୟାଲେଣ୍ଟାଇନ୍‌ ଡେ’ରେ ରାହୁଲଙ୍କୁ ମିଳିଲା ଚୁମ୍ମା!

ନୂଆଦିଲ୍ଲୀ: କାଲି ଥିଲା ଭ୍ୟାଲେଣ୍ଟାନ୍‌ ଡେ’। ପ୍ରେମର ଦିବସରେ ପ୍ରେମ ଦିଆନିଆ ହେଲା। ଆଉ ଏଇ ପ୍ରେମ ଦିଆନିଆ ପର୍ବରେ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଚୁମ୍ମାଟେ ମିଳିଛି। ଭାବି ହସୁଥିବେ, ହେଲେ କଥାଟା ଏକଦମ୍‌ ସତ। ଏକ ଦଳୀୟ କାର୍ଯ୍ୟକ୍ରମରେ ରାହୁଲଙ୍କୁ ଜଣେ କଂଗ୍ରେସ ସମର୍ଥକ ମହିଳା ଚୁମ୍ବନ ମାରିବା ପରେ ଭିଡିଓ ଆଉ ଫଟୋ ଏବେ ଭାଇରାଲ ହେଉଛି।

କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଦକ୍ଷିଣ ଗୁଜୁରାଟର ଲାଲ୍‌ ଡୁଙ୍ଗରୀ ଗାଁରେ ଚାଲିଥିବା ନିର୍ବାଚନ ପ୍ରଚାରରେ ଯୋଗ ଦେଇଥିଲେ। ମଞ୍ଚରେ ବସିଥିବା ଜଣେ ମହିଳା ଦୌଡିଆସି ରାହୁଲଙ୍କୁ ଚୁମ୍ବନ ଦେଇଥିଲେ। କଶ୍ମୀର ମୁସି ନାମକ ଏହି ମହିଳା ରାହୁଲ୍‌ଙ୍କୁ ମାଳ ପିନ୍ଧାଇବାକୁ ଆସିଥିବା ବେଳେ ତାଙ୍କ ଗାଲକୁ ଏକ ଚୁମ୍ବନ ଦେଇ ଚାଲିଯାଇଥିଲେ। ରାହୁଲ୍‌ ମଧ୍ୟ ଏହି ଚୁମ୍ବନ୍‌ ପାଇବା ପରେ ସ୍ମିତହାସ୍ୟ ଦେଇଥିଲେ।

ଏହି ଆଦିବାସୀ ବହୁଳ ଅଞ୍ଚଳରେ ରାହୁଲ୍‌ ଗାନ୍ଧି ୨୦୧୯ ସାଧାରଣ ନିର୍ବାଚନ ଅଭିଯାନ ଆରମ୍ଭ କରିବାକୁ ଯାଇଛନ୍ତି। ଯେଉଁଠି ତାଙ୍କୁ ଲୋକଙ୍କ ବିପୁଳ ସମର୍ଥନ ମିଳୁଥିବା ଦାବି କରାଯାଉଛି।

୨୦୧୭ ବିଧାନସଭା ନିର୍ବାଚନ ପରେ ରାହୁଲଙ୍କର ଏହା ପ୍ରଥମ ଗୁଜୁରାଟ ଗସ୍ତ ଥିଲା। ଖାସ୍‌ କଥା ହେଉଛି, ଏହି ଗାଁରୁ ୧୯୮୦ରେ ରାହୁଲ୍‌ଙ୍କ ଆଈ ଇନ୍ଦିରା ଗାନ୍ଧି, ୧୯୮୪ରେ ବାପା ରାଜୀବ ଗାନ୍ଧି ଏବଂ ୨୦୦୪ରେ ମା’ ସୋନିଆ ଗାନ୍ଧି ନିର୍ବାଚନ ପ୍ରଚାର ଆରମ୍ଭ କରି ବିପୁଳ ଜନ ସମର୍ଥନ ହାତେଇଥିଲେ। ତେଣୁ ଲାଲ ଡୁଙ୍ଗରୀରୁ ପ୍ରଚାର ଆରମ୍ଭ କରିବା କଂଗ୍ରସ ପାଇଁ ଶୁଭ ସଂକେତ ବୋଲି କୁହାଯାଏ।

 



from Odisha Reporter http://bit.ly/2tkPAA8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages