ଭାରତର ‘ମୋଷ୍ଟ ଫେଭର୍‌ଡ ନେସନ୍‌’ ତାଲିକାରୁ ବାଦ୍‌ ପଡ଼ିଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ଭାରତର ‘ମୋଷ୍ଟ ଫେଭର୍‌ଡ ନେସନ୍‌’ ତାଲିକାରୁ ବାଦ୍‌ ପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ଥାନର ଅଘୋଷିତ ସମର୍ଥନରେ ଚାଲୁଥିବା ଆତଙ୍କୀ ସଂଗଠନର ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୩୭ ଜଣ ସିଆରପିଏଫ୍‌ ଯବାନ ସହିଦ ହେବାର କିଛି ଘଣ୍ଟା ପରେ ଭାରତ ସରକାର ପାକିସ୍ତାନକୁ ‘ମୋଷ୍ଟ ଫେଭର୍‌ଡ ନେସନ୍‌’ ତାଲିକାରୁ ବାଦ୍‌ ଦେଇଛନ୍ତି।

ଆଜି ସରକାରଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ଅରୁଣ ଜେଟଲୀ ଏନେଇ ଗଣମାଧ୍ୟମରେ କହିଥିଲେ, ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ସ୍ତରରେ କଟକଣା ଲଗାଇବାପାଇଁ ବୈଦେଶିକ ମନ୍ତ୍ରଣାଳୟ ଯଥାସମ୍ଭବ ଏବଂ ଉପଲବ୍ଧ ଥିବା ସମସ୍ତ ବିକଳ୍ପର ସହାୟତା ନେଇ କଡ଼ା ପଦକ୍ଷେପ ନେବ। ଜୈଶ-ଇ-ମହମ୍ମଦର ଏତାଦୃଶ ଷଡ଼ଯନ୍ତ୍ର ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ଜଣାପଡ଼ୁଥିବାରୁ ଏହି ପଦକ୍ଷେପ ନିଆଯାଉଥିବା ଜଣାଯାଇଛି।

‘ମୋଷ୍ଟ ଫେଭର୍‌ଡ ନେସନ୍‌’ କ’ଣ
ଏହା ଅନ୍ତର୍ଜାତୀୟ ସ୍ତରରରେ ବାଣିଜ୍ୟିକ ସହଯୋଗୀଙ୍କୁ ଦିଆଯାଇଥିବା ଏପରି ଏକ ମାନ୍ୟତା ଯାହାଫଳରେ ବିଶ୍ୱ ବାଣିଜ୍ୟିକ ସଂଗଠନ(WTO)ର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ବାଣିଜ୍ୟିକ ବୈଷମ୍ୟତା ନରହିବା ନିଶ୍ଚିତ କରିଥାଏ।

ଗୋଟିଏ ଦେଶ ଅନ୍ୟ ଏକ ଦେଶକୁ ଏହି ମାନ୍ୟତା ଦେବାର ଅର୍ଥ ବାଣିଜ୍ୟିକ ଚୁକ୍ତିରେ ସେହି ଦେଶକୁ ସମସ୍ତ ପ୍ରକାରର ରିହାତି, ସୁବିଧା ଏବଂ ଅନ୍ୟ ଫାଇଦା ଦେବା। ଜେନେରାଲ ଏଗ୍ରିମେଣ୍ଟ ଅନ୍‌ ଟାରିଫ୍‌ ଆଣ୍ଡ ଟ୍ରେଡ୍‌ (ଗାଟ୍‌)ର ପ୍ରଥମ ଅନୁଚ୍ଛେଦ।

ଯଦିଓ ଏହି ଶବ୍ଦରୁ ଅଗ୍ରାଧିକାର ଦିଆଯିବା ଉଦ୍ଦିଷ୍ଟ ରାଷ୍ଟ୍ର ଭଳି ପ୍ରତୀୟମାନ ହେଉଛି, ଏହାର ଅର୍ଥ ତାହା ନୁହେଁ। ପାକିସ୍ତାନକୁ କିଭଳି ‘ମୋଷ୍ଟ ଫେଭର୍‌ଡ ନେସନ୍‌’ ମାନ୍ୟତା ଦିଆଗଲା ସେ ନେଇ ପ୍ରଶ୍ନ ଉଠୁଥିବାବେଳେ ଏହାର ଉତ୍ତର ମଧ୍ୟ ଏଥିରେ ନିହିତ ରହିଛି। ଏହା କେବଳ ବାଣିଜ୍ୟିକ ବୈଷମ୍ୟ ହଟାଇବା ପାଇଁ ଉଦ୍ଦିଷ୍ଟ। ଏହାଫଳରେ ଦୁଇ ଦେଶକୁ ବାଣିଜ୍ୟିକ ଫାଇଦା ହୋଇଥାଏ ଏବଂ ଟାରିଫ୍‌ କମ୍‌ ରହୁଥିବାରୁ ଉଭୟ ଦେଶର ବ୍ୟବସାୟୀଙ୍କ ପାଇଁ ଫାଇଦା ହୋଇଥାଏ।

ପାକିସ୍ତାନକୁ କେବେ ମିଳିଥିଲା ଏହି ମାନ୍ୟତା?
WTO ଗଠନର ଏକବର୍ଷ ପରେ ବା ୧୯୯୬ ମସିହାରେ ଭାରତ ପାକିସ୍ତାନକୁ ଏହି ମାନ୍ୟତା ଦେଇଥିଲା। କିନ୍ତୁ ପାକିସ୍ତାନ ଏଯାଏ ଭାରତକୁ ଏହି ମାନ୍ୟତା ଦେଇନି। ଏହି ସମୟରେ ସଂଘର୍ଷ, ଅବିଶ୍ୱାସ ଏବଂ ଯୁଦ୍ଧ ଚାଲୁ ରହିଥିବାରୁ ଏହି ବାହାନା ଦେଖାଇ ପାକିସ୍ତାନ ‘ମୋଷ୍ଟ ଫେଭର୍‌ଡ ନେସନ୍‌’ ମାନ୍ୟତା ଦେଇନଥିବା ଜଣାଯାଇଛି।



from Odisha Reporter http://bit.ly/2S4lrPA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages