ବୁଥ୍‌ସ୍ତରୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଓଡ଼ିଶା ଆସୁଛନ୍ତି ରାଜନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ବୁଥ୍‌ସ୍ତରୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଓଡ଼ିଶା ଆସୁଛନ୍ତି ରାଜନାଥ

ଭଦ୍ରକ(ତପନ ସ୍ୱାଇଁ): ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ସେ ଭଦ୍ରକ ଉପକଣ୍ଠ ରାଣୀତାଲରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ। ବୁଥ୍‌ସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସେ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ରାଜନାଥଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ଜିଲ୍ଲା ବିଜେପି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମାବେଶରେ ଭଦ୍ରକ ବ୍ୟତୀତ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କର୍ମୀ ଯୋଗଦେବେ। ଅତିକମ୍‌ରେ ୨୫ ହଜାର କର୍ମୀଙ୍କୁ ସଭାକୁ ଆଣିବା ଲାଗି ଜିଲ୍ଲା ବିଜେପି ବ୍ୟବସ୍ଥା କରିଛି। ଆଇନଶୃଙ୍ଖଳା ପାଇଁ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

କାର୍ଯ୍ୟସୂଚୀ ଅନୁସାରେ ରାଜନାଥ ପ୍ରଥମେ ବାସୁଦେବପୁର ଯିବେ। ସେ ଇରମ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିବେ। ୧୧ରୁ ୧୨ଟା ଭିତରେ ମାଆ ଭଦ୍ରକାଳୀଙ୍କ ପୀଠରେ ପହଞ୍ଚିବେ। ମାଆଙ୍କୁ ପୂଜାର୍ଚ୍ଚନା କରିବା ପରେ ସେ ରାଣୀତାଲ୍‌ରେ ଆୟୋଜିତ ବୁଥ୍‌ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।



from Odisha Reporter http://bit.ly/2N8zqCU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages