ଏହିସବୁ କାରଣରୁ ହୋଇଥାଏ ଚର୍ମରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଏହିସବୁ କାରଣରୁ ହୋଇଥାଏ ଚର୍ମରୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚର୍ମରୋଗ ବା ସ୍କିନ୍‌ ଆଲର୍ଜି ଏପରି ଏକ ସମସ୍ୟା ଯାହା ସମସ୍ତଙ୍କ ପାଖରେ ଦେଖା ଯାଇଥାଏ। କିଛି କ୍ଷେତ୍ରରେ ଏହା ଖରାପ ଖାଦ୍ୟ ଖାଇବା ଯୋଗୁ ହୋଇଥାଏ ଏବଂ ଅନ୍ୟ କିଛି କ୍ଷେତ୍ରରେ ଖରାପ ପାଣିର ବ୍ୟବହାର ଯୋଗୁ ମଧ୍ୟ ହୋଇଥାଏ। ଏହି ରୋଗରେ ଚର୍ମ କୁଣ୍ଡାଇ ହେବା ସହିତ ଦେହରେ ଲାଲ୍‌ ରଙ୍ଗର ଚିହ୍ନ ସୃଷ୍ଟି ହୁଏ। ଅନେକ ସମୟରେ ଏହି ଲାଲ୍‌ ରଙ୍ଗର ଚିହ୍ନ ବୃଦ୍ଧି ପାଇଥାଏ ଏବଂ ଫୋଟକାରେ ପରିଣତ ହୋଇଥାଏ।

ଚର୍ମରୋଗ ଶରୀରର କିଛି ସ୍ଥାନରେ ହୋଇପାରେ କିମ୍ବା ସମ୍ପୂର୍ଣ୍ଣ ଶରୀରରେ ହୋଇପାରେ। ତେବେ ଆସନ୍ତୁ ଜାଣିବା ଚର୍ମରୋଗ କାହିଁକି ହୋଇଥାଏ ଏବଂ ଏହାର ପ୍ରତିକାର କିପରି କରିବା।

     ଚର୍ମରୋଗର କାରଣ:

  • ଖରାପ ଖାଦ୍ୟ ଖାଇବା ଦ୍ୱାରା ଆଲର୍ଜି ହେଲେ ଏଭଳି ସମସ୍ୟା ହୁଏ
  • ପେଟରେ କୃମି ସମସ୍ୟା
  • ଋତୁ ପରିବର୍ତ୍ତନ
  • କିଛି ବି ଶାରୀରିକ ସଂକ୍ରମଣ ବା ଅନ୍ୟ ବ୍ୟକ୍ତିଙ୍କ ଶରୀର ସଂଷ୍ପର୍ଶରେ ଆସିଲେ ମଧ୍ୟ ସ୍କିନ୍‌ ଆଲର୍ଜି ଦେଖା ଦେଇଥାଏ।
  • ହର୍‌ମୋନ ପରିବର୍ତ୍ତନ ଫଳରେ ଏହି ସମସ୍ୟା ବୃଦ୍ଧି ପାଇଥାଏ।
  • ଯଦି ଆପଣଙ୍କର ମୁଣ୍ଡରେ ଅଧିକ ରୂପି ହେଉଛି, ତେବେ ତ୍ୱଚାରେ ଏହାର ପ୍ରଭାବ ପଡ଼ିଥାଏ।
  • ଅତ୍ୟଧିକ ଗରମ ବା ଥଣ୍ଡା ପରିବେଶରେ ରହିବା ଦ୍ୱାରା ମଧ୍ୟ ଚର୍ମରୋଗର ଏକ କାରଣ।
    ଚର୍ମରୋଗର ପ୍ରତିକାର:
  • ହଳଦିରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଯାହାକୁ ତ୍ୱଚାରେ ଲଗାଇଲେ ଚର୍ମରୋଗରୁ ଉପଶମ ମିଳିବ।
  • ଗାଧୋଇବା ବେଳେ ନଖ ଉଷୁମ ପାଣିର ବ୍ୟବହାର କରନ୍ତୁ।
  • କଟନ୍‌ କପଡ଼ାର ବ୍ୟବହାର କରନ୍ତୁ।
  • ଭଲ ସାବୁନ ଓ ମଶ୍ଚରାଇଜର ବ୍ୟବହାର କରନ୍ତୁ।
  • ଯଦି କୌଣସି ଚର୍ମଜନିତ ସମସ୍ୟା ଦେଖା ଦେଉଛି, ତେବେ ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


from Odisha Reporter https://ift.tt/2NuKQkF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages