ବାଲୁକା କଳା ମାଧ୍ୟମରେ ଭାରତୀୟ ବାୟୁସେନାକୁ ସଲାମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ବାଲୁକା କଳା ମାଧ୍ୟମରେ ଭାରତୀୟ ବାୟୁସେନାକୁ ସଲାମ୍‌

sandart

ପୁରୀ(ମଧୁସୂଦନ ମିଶ୍ର): ବାଲାକୋଟ୍‌ରେ ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା। ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ସଂଗଠନ ‘ଜୈଶ-ଇ-ମହମ୍ମଦ’ର ଶିବିର ଧ୍ୱଂସ କରିଛି ବାୟୁସେନା। ଏଥିରେ ସଂଗଠନର ଅନେକ ବଡ଼ ବଡ଼ କମାଣ୍ଡରଙ୍କ ସମେତ ପ୍ରାୟ ୩୫୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି।

ଏହି ପ୍ରତିଶୋଧ ପରେ ସାରା ଭାରତ ଉଲ୍ଲାସିତ ହୋଇଛି। ଦେଶବାସୀ ବାୟୁସେନାକୁ ପ୍ରଶଂସା କରିଛନ୍ତି। ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବି ଏଥିରୁ ବାଦ୍ ପଡ଼ି ନାହାନ୍ତି। ସେ ନିଆରା ଢଙ୍ଗରେ ଭାରତୀୟ ବାୟୁସେନାକୁ ସଲାମ୍ ଜଣାଇଛନ୍ତି। ସେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍ କରିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ପୁଲୱାମାରେ ‘ଜୈଶ-ଇ-ମହମ୍ମଦ’ ଦ୍ୱାରା ନିୟୋଜିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିଲେ। ଏହା ପରେ ସାରା ଦେଶ ପ୍ରତିଶୋଧ ଚାହିଁଥିଲା।



from Odisha Reporter https://ift.tt/2H5vHW2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages