ଝାରସୁଗୁଡ଼ା ଜିଲ୍ଲା କମିଟିକୁ ଭାଙ୍ଗିଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଝାରସୁଗୁଡ଼ା ଜିଲ୍ଲା କମିଟିକୁ ଭାଙ୍ଗିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାରେ କଂଗ୍ରେସ ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇଛି। କଂଗ୍ରେସ ବିଧାୟକ ନବ କିଶୋର ଦାସ ଓ ତାଙ୍କ ସମର୍ଥକମାନେ ଗତ ମାସରେ ବିଜେଡିରେ ସାମିଲ ହେବାପରେ ଏଆଇସିସି ଆଜି ନିଜର ଜିଲ୍ଲା କଂଗ୍ରେସ କମିଟିକୁ ଭାଙ୍ଗି ଦେଇଛି। ଖୁବଶୀଘ୍ର ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟିର ପୁର୍ନଗଠନ ହେବ ବୋଲି ଜଣାପଡ଼ିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟିକୁ ଭାଙ୍ଗି ଦେଇଛନ୍ତି। ଖୁବଶୀଘ୍ର ଝାରସୁଗୁଡ଼ାରେ ଜିଲ୍ଲା କମିଟିର ପୁର୍ନଗଠନ କରାଯିବ। ଉଲ୍ଲେଖଯୋଗ୍ୟ, ନବ ଦାସ କଂଗ୍ରେସ ଛାଡ଼ିବାବେଳେ ସେ ପିସିସି କାର୍ଯ୍ୟକାରୀ ସଭାପତି ପଦବୀରେ ଥିଲେ ତଥା ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଂଗଠନରେ ତାଙ୍କର ଅଧିକାଂଶ ସମର୍ଥକ ପଦପଦବୀରେ ରହିଥିଲେ। ନବଙ୍କ ସହ ତାଙ୍କର ସମର୍ଥକମାନେ ବିଜେଡିରେ ମିଶି ଯାଇଥିବା ଯୋଗୁ ଜିଲ୍ଲାରେ କଂଗ୍ରେସ କମିଟି ପ୍ରାୟତଃ ଭାଙ୍ଗି ଯାଇଥିଲା। ତେଣୁ ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ କଂଗ୍ରେସ ଝାରସୁଗୁଡ଼ା ଜିଲ୍ଲାରେ ନୂଆ କର୍ମକର୍ତ୍ତା ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛି।



from Odisha Reporter https://ift.tt/2UcbTDZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages