
ନୂଆଦିଲ୍ଲୀ: ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନରୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ଉଦ୍ୟମ ଚାଲିଥିବାବେଳେ, ଏମିତି ଦୁଃଖଦ ମୁହୂର୍ତ୍ତକୁ ସାମ୍ନା କରିବା ଅଭିନନ୍ଦନଙ୍କ ବାପାଙ୍କ ପାଇଁ ଆଉ ଟିକେ କଷ୍ଟକର ହୋଇପଡ଼ିଛି। କାରଣ ଯେଉଁ ଫିଲ୍ମରେ ସେ ପରାମର୍ଶଦାତା ଭୂମିକାରେ ଦିନେ ଅଭିନୟ କରିଥିଲେ ସେହି ଫିଲ୍ମର ମନଗଢା କାହାଣୀ ଆଜି ତାଙ୍କ ଜୀବନରେ ଭୟଙ୍କର ବାସ୍ତବ ପାଲଟି ଯାଇଛି। ଅଭିନନ୍ଦନଙ୍କ ବାପା ଏସ୍ ବର୍ଦ୍ଧମାନ ଥିଲେ ଜଣେ ଏୟାର ମାର୍ସଲ୍ ।
ଦକ୍ଷିଣ ଫିଲ୍ମର ଲିଜେଣ୍ଡରୀ ଡାଇରେକ୍ଟର ମଣିରତ୍ନଙ୍କ ଫିଲ୍ମ ‘କାତରୁ ଭେଲିୟିଦାଇ’ ୨୦୧୭ରେ ରିଲିଜ୍ ହୋଇଥିଲା। ଫିଲ୍ମର କାହାଣୀ ଅନୁଯାୟୀ, ୧୯୯୯ରେ କାର୍ଗିଲ୍ ଯୁଦ୍ଧ ସମୟରେ ଏୟାରଫୋର୍ସ ଲିଡର ବରୁଣ ଚକ୍ରପାଣି ଶତ୍ରୁ ଦେଶର ସୀମାରେ ପହଞ୍ଚି ଯାଇଛନ୍ତି । ତାଙ୍କ ଫାଇଟର ଜେଟ୍ ଧ୍ୱଂସ ହୋଇଯିବା ପରେ ରାଓଲପିଣ୍ଡିଠାରେ ପାକିସ୍ତାନ ସେନା ତାଙ୍କୁ ବନ୍ଦୀ କରି ନିଅନ୍ତି ଓ ଯୁଦ୍ଧବନ୍ଦୀ ଭାବେ ନିର୍ଯାତନା ଦିଅନ୍ତି।
ପାକିସ୍ତାନରେ ବନ୍ଦୀ ଥିବା ସମୟରେ ବରୁଣ ପ୍ରାୟତଃ ପରବାର ଲୋକଙ୍କୁ ମନେ ପକାଇ ଦୁଃଖ କରନ୍ତି। ତେବେ ବିଡମ୍ବନା ହେଉଛି, ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ବାପା ମଣିରତ୍ନମଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପରାମର୍ଶଦାତା ଭାବେ ଅଭିନୟ କରିଥିଲେ।
from Odisha Reporter https://ift.tt/2C0C09P
No comments:
Post a Comment