
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦ୍ୱୀପ ବନ୍ଦରରେ ମାଲ୍ ପରିବହନ କ୍ଷମତା ବୃଦ୍ଧି, ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତି ଏବଂ ଦେଶର ଅର୍ଥନୈତିକ ବିକାଶ ସକାଶେ ପାରାଦୀପ ଅଞ୍ଚଳକୁ ସମୃଦ୍ଧ କରିବା ପାଇଁ ଏକାଧିକ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଫେବୃୟାରୀ ୬ରେ ଏଠାରେ ଭାରତୀୟ ତୈଳ ନିଗମ, ପିପିଟି ଏବଂ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ) ସହାୟତାରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ସାଙ୍ଗକୁ ଆଉ କେତୋଟିର ଶିଳାନ୍ୟାସ ହେବ।
ଏଥି ମଧ୍ୟରେ ୩୧୫୦ କୋଟି ଟଙ୍କା ବ୍ୟୟରେ ଏକ ବିଶ୍ୱସ୍ତରୀୟ ପଲିପ୍ରପିଲିନ୍ ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ ହେବ। ଏହା ଦ୍ୱାରା ପ୍ଲାଷ୍ଟିକ୍ ଶିଳ୍ପକୁ କଞ୍ଚାମାଲ୍ ଯୋଗାଇ ଦିଆଯାଇପାରିବ। ସେହିପରି ୫,୬୫୪ କୋଟି ଟଙ୍କା ମୂଲ୍ୟ ବିଶିଷ୍ଟ ମନୋଏଥିଲିନ୍ ଗ୍ଲାଇକୋ(ଏମ୍ଇଜି) ପ୍ଲାଣ୍ଟ୍ ନିର୍ମାଣ କରାଯିବ। ଏହା ପଲିଷ୍ଟର ଶିଳ୍ପକୁ ତଥା ଓଡ଼ିଶାରେ ହେବାକୁ ଥିବା ଟେକ୍ସଟାଇଲ୍ ପାର୍କକୁ କଞ୍ଚାମାଲ ଯୋଗାଇ ଦେବ। ସେହିପରି ୬୯୦ କୋଟି ଟଙ୍କାରେ ବାର୍ଷିକ ୦.୬ ମିଲିୟନ ମେଟ୍ରିକ୍ ଟନ୍ ଏଲ୍ପିଜି ଆମଦାନୀ ଟର୍ମିନାଲ୍ ମଧ୍ୟ ନିର୍ମାଣ କରାଯିବ।
ସୋମବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିପିଟିର ଅଧ୍ୟକ୍ଷ ରିଙ୍କେଶ ରୟ ଏହି ସୂଚନା ଦେଇଛନ୍ତି। ଏଥି ସହିତ ଆଇଓସିଏଲ୍ର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଏଠାରେ ଉପସ୍ଥିତ ଥିଲେ।
from Odisha Reporter http://bit.ly/2HRYb7D
No comments:
Post a Comment