ସେସନ୍ସ କୋର୍ଟକୁ ଗଲା ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ସେସନ୍ସ କୋର୍ଟକୁ ଗଲା ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଏହି ମାମଲାର ଶୁଣାଣି ସେସନ୍ସ କୋର୍ଟରେ କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଆଡିସନାଲ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମର ବିଶାଲ ଆଜି ମାମଲାର ଶୁଣାଣି ଆଡିସନାଲ ସେସନ୍ସ ଜଜ୍‌ ଅରୁଣ ଭରଦ୍ୱାଜଙ୍କ ନିକଟକୁ ପଠାଇଛନ୍ତି। ସେସନ୍ସ କୋର୍ଟ ଆଇପିସିର ଧାରା ୩୦୬(ଆତ୍ମହତ୍ୟା ପାଇଁ ଉସ୍‌କାଇବା) ଅନୁଯାୟ ମାମଲାର ଶୁଣାଣି କରିବେ। ଶଶି ଥରୁରଙ୍କ ନାଁରେ ପୁଲିସ୍‌ ଏହି ଧାରାରେ ମାମଲା ରୁଜୁ କରିଛି। ଆସନ୍ତା ୨୧ ତାରିଖରୁ ସେସନ୍ସ କୋର୍ଟ ଏହାର ଶୁଣାଣି ଆରମ୍ଭ କରିବେ।

ଏହି ଧାରାରେ ଶଶି ଦୋଷୀ ସାବ୍ୟସ୍ତ ହେଲେ, ତାଙ୍କୁ ୧୦ ବର୍ଷ ଜେଲଦଣ୍ଡ ମିଳିବ। ଶଶି ଥରୁରଙ୍କ ନାଁରେ ୩୦୬ ବ୍ୟତୀତ ୪୯୮-ଏରେ ମଧ୍ୟ ମାମଲା ରୁଜୁ ହୋଇଛି।
୨୦୧୪ ଜାନୁଆରୀ ୧୭ରେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରୁ ସୁନନ୍ଦାଙ୍କ ମୃତଦେହ ମିଳିଥିଲା।



from Odisha Reporter http://bit.ly/2RF4ScA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages