ଧୀରେ ଧୀରେ ଶୀତ କମୁଛି; ସପ୍ତାହେ ପରେ ତାତି ବଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଧୀରେ ଧୀରେ ଶୀତ କମୁଛି; ସପ୍ତାହେ ପରେ ତାତି ବଢ଼ିବ

sunrise

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ କମୁଛି। ଗତ ୨୪ ଘଣ୍ଟା ଭିତରେ କେବଳ ଝାରସୁଗୁଡ଼ାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସହରର ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁଦର୍ଶନ ମିଶ୍ର କହିଛନ୍ତି,“ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଗୋଟିଏ ସପ୍ତାହ ପରେ ତାତି ବଢ଼ିବ। ଦିନବେଳା ତାପମାତ୍ରା ବୃଦ୍ଧି ହେବ। ରାତିବେଳା ତାପମାତ୍ରା କମ୍ ରହିବ ବୋଲି ଆମେ ପୂର୍ବାନୁମାନ କରୁଛୁ।”

ସୂଚନାଯୋଗ୍ୟ, ଏ ବର୍ଷ ଶୀତ ଋତୁରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ର ୩ ଡିଗ୍ରୀ ତଳକୁ ଖସି ଯାଇଥିବା ବେଳେ ଅନୁଗୋଳ ଓ କେନ୍ଦୁଝର ଆଦି ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୫ ଓ ୬ ଡିଗ୍ରୀ ହୋଇଯାଇଥିଲା। କନ୍ଧମାଳର ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ର କୋଇଡ଼ା ଆଦି ଅଞ୍ଚଳରେ ତୁଷାରପାତ ମଧ୍ୟ ହୋଇଥିଲା। ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ ଶୀତ ହୋଇଥିଲା।



from Odisha Reporter http://bit.ly/2E2Chu9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages