ଶୌଚ ଲାଗି ଯାଇଥିବା ମା’କୁ ବି ଛାଡ଼ିଲାନି କାମାନ୍ଧ ମଣିଷ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ୮ ବର୍ଷର କାହ୍ନୁ … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଶୌଚ ଲାଗି ଯାଇଥିବା ମା’କୁ ବି ଛାଡ଼ିଲାନି କାମାନ୍ଧ ମଣିଷ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ୮ ବର୍ଷର କାହ୍ନୁ …

ମୁମ୍ବାଇ:ବିବାଦରେ ରହିଥିବା ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର’ର ଶେଷରେ ଟ୍ରେଲର ରିଲିଜ୍‌ ହୋଇଛି। ରାକେଶ୍‌ ଓମ୍‌ ପ୍ରକାଶ ମେହେରାଙ୍କ ଏହି ଫିଲ୍ମର କାହାଣୀ ଓ କନ୍‌ସେପ୍ଟ୍‌ ଉପରେ ବିବାଦ ଦେଖାଦେଇଥିଲା। ଫିଲ୍ମର ଟ୍ରେଲର୍‌କୁ ଖୁବ୍‌ ପ୍ରଶଂସା ମିଳିଛି । ଫିଲ୍ମଟି ସ୍ୱଚ୍ଛତା ଉପରେ ଆଧାରିତ। ୨.୩ ମିନିଟ୍‌ର ଟ୍ରେଲର ଦର୍ଶକଙ୍କୁ ଖୁବ୍‌ ପ୍ରଭାବିତ କରିଛି। ଟ୍ରେଲରରୁ ଫିଲ୍ମର କାହାଣୀ ବିଷୟରେ ସଙ୍କେତ ମିଳିଛି।

୮ ବର୍ଷର ପୁଅ କହ୍ନେୟା ନିଜ ମା’ଙ୍କ ସହ ମୁମ୍ବାଇ ବସ୍ତିରେ ରହୁଛି। କିନ୍ତୁ ତା’ ଜୀବନରେ ଏକ ଦୁଃଖଦ ଘଟଣା ଘଟୁଛି। ଖୋଲା ସ୍ଥାନକୁ ଶୌଚ ପାଇଁ ଯିବା ସମୟରେ ତାଙ୍କ ମା’ଙ୍କ ସହ ଦୁସ୍କର୍ମ ହୋଇଯାଉଛି। ଆଉ ଏହାପରେ କାହ୍ନୁ ନିଜ ମା’ଙ୍କ ପାଇଁ ଶୌଚାଳୟ ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛି। ଆଉ ପଚାରିଛି- ‘‘ଆପଣଙ୍କ ମା’ଙ୍କ ସହ ଏମିତି ହୋଇଥିଲେ ଆପଣଙ୍କୁ କେମିତି ଲାଗିଥାନ୍ତା’’।
ଟ୍ରେଲର ଆରମ୍ଭ ସିନ୍‌ ଦିଲ୍ଲୀ ରାଜ ପଥରୁ ରହିଛି । ଯେଉଁଠି କାହ୍ନୁ ନିଜ ଦୁଇ ବନ୍ଧୁଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଆଶା ନେଇ ଯାଉଛନ୍ତି। କାହ୍ନୁ କହିଛି ମାଗିଲେ କିଛି ହୋଇନଥାଏ। ସେଥିପାଇଁ ପରିଶ୍ରମ କିବାକୁ ପଡ଼ିଥାଏ। ଆଉ ସେ ସବୁ କେବଳ ଜଣେ ବ୍ୟକ୍ତି କରିପାରୁଥିଲେ। ସେ ହେଉଛନ୍ତି ଗାନ୍ଧିଜୀ। ଏହାପରେ କିଛି କମେଡି ମଧ୍ୟ ରହିଛି। ଟ୍ରେଲରରେ ଅରଜିତ୍‌ଙ୍କ କଣ୍ଠରେ ଟାଇଟଲ୍‌ ଟ୍ରାକ୍‌ ବି ଶୁଣିବାକୁ ମିଳିଛି। ତେବେ ଫିଲ୍ମ ନିର୍ମାତା  ରାକେଶ୍‌ ଓମ୍‌ ପ୍ରକାସ୍‌ ମେହେରାଙ୍କ କହିବା ଅନୁଯାୟୀ,  ଫିଲ୍ମର ଆଇଡିଆ ତାଙ୍କୁ ‘ଭାଗ୍‌ ମିଲ୍ଖା ଭାଗ’ ଫିଲ୍ମ ଶୁଟିଂ ସମୟରେ ହିଁ ମିଳିଥିଲା।

ସେ ସମୟରେ ସେ ଶୁଟିଂ ଶେଷ କରି ଭୋର ୪ଟା ସମୟରେ ଫିଲ୍ମ ସିଟି ନିକଟରେ ଥିବା ଏକ ବସ୍ତି ଦେଇ ଯାଉଥିଲେ। ଯେଉଁଠି ମହିଳା ମାନେ ଖୋଲା ସ୍ଥାନରେ ଶୌଚ କରୁଥିଲେ। କିନ୍ତୁ ଗୋଟିଏ ଗାଡ଼ି ଆସିବା ଦେଖି ସେମାନେ ସେଠୁ ଚାଲି ଯାଇଥିଲେ। ରାକେଶ୍‌ଙ୍କ କହିବା ଅନୁଯାୟୀ,ଏ ଦେଶରେ ମହିଳାମାନଙ୍କ ମଧ୍ୟରେ ୬୦ ପ୍ରତିଶତ ମହିଳା ଖୋଲାରେ ଶୌଚ କରିବା ସମୟରେ ଦୁଷ୍କର୍ମର ଶିକାର ହୁଅନ୍ତି। ତେଣୁ ସମାଜରେ ଏକ ସଚେତନାତା ସୃଷ୍ଟି କରିବା ପାଇଁ ଏହି ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ ରାକେଶ୍‌।



from Odisha Reporter http://bit.ly/2UQGPJS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages