ନିଆଁରେ ପୋଡ଼ି ବାପାମା’ ଓ ଦୁଇ ଛୁଆ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ନିଆଁରେ ପୋଡ଼ି ବାପାମା’ ଓ ଦୁଇ ଛୁଆ ଗୁରୁତର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ନୂଆ ପଡ଼ାରେ ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ସ୍ୱାମୀସ୍ତ୍ରୀ ଓ ତାଙ୍କର ଦୁଇ ଛୋଟ ପିଲା ଅଛନ୍ତି। ସମସ୍ତଙ୍କୁ ବଲାଙ୍ଗିରର ଭୀମଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପାରିବାରିକ କଳହକୁ କେନ୍ଦ୍ର କରି ଏହି ଅଘଟଣ ଘଟିଥିବା ସ୍ୱାମୀ ଟିକୁ ସୋରେନ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଟିକୁଙ୍କ ମଦ ପିଆକୁ ନେଇ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଏହି କଥାକୁ ନେଇ ଆଜି ସକାଳେ ପତ୍ନୀ କୌଶଲ୍ୟାଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହା ପରେ କୌଶଲ୍ୟା ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ଘର ଭିତରେ ତାଙ୍କ ସ୍ୱାମୀ ଓ ୮ ବର୍ଷର ଝିଅ ଏବଂ ୪ ବର୍ଷର ପୁଅ ଥିଲେ। ସ୍ତ୍ରୀ ଓ ଦୁଇ ଛୁଆଙ୍କ ଦେହରେ ନିଆଁ ଲାଗି ଯାଇଥିବା ଦେଖି ଟିକୁ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କ ଦେହରେ ବି ନିଆଁ ଲାଗି ଯାଇଥିଲା। ପଡ଼ୋଶୀମାନେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।



from Odisha Reporter https://ift.tt/2TZn6rg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages