
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ଗେଟ୍ ପାଖରୁ ଧରା ଯାଇଥିବା କଲରାପତରିଆ ବାଘକୁ ଚନ୍ଦକା ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି।
ବନ ବିଭାଗ କର୍ମଚାରୀ ବାଘଟିକୁ ଧରିବା ପରେ ନନ୍ଦନକାନନ ନେଇ ଯାଇଥିଲେ। ସେଠାରେ ତା’ର ଚିକିତ୍ସା କରାଯାଇଥିଲା। ତା’ପରେ ଏସ୍ଓପି ଓ ଏନ୍ଟିସିଏ ଗାଇଡ୍ ଲାଇନ୍ ଅନୁଯାୟୀ ତାକୁ ଚନ୍ଦକା ଜଙ୍ଗଲରେ ଛଡ଼ା ଯାଇଥିବା ଭୁବନେଶ୍ୱର ସିଟି ଡିଏଫଓ ଅଶୋକ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ଗତ ରବିବାର ରାତିରେ ଏୟାରପୋର୍ଟ ନିକଟବର୍ତ୍ତୀ ପଲ୍ଲାସପଲ୍ଲୀ ଅଞ୍ଚଳରେ ଏହି କଲରାପତରିଆ ବାଘ ଦେଖିବାକୁ ମିଳିଥିଲା। ଏହି ଖବର ପାଇବା ପରେ ବାଘକୁ ଧରିବା ପାଇଁ ବନ ବିଭାଗ ‘ଅପରେସନ୍ ଲେପାର୍ଡ ’ ଆରମ୍ଭ କରିଥିଲା। ଏଥିପାଇଁ ପୁରୁଣା ଏୟାରପୋର୍ଟକୁ ଯାଇଥିବା ରାସ୍ତାକୁ ସଂପୂର୍ଣ୍ଣ ସିଲ୍ କରି ଦିଆଯାଇଥିଲା।
ଉଦ୍ଧାରକାରୀ ଦଳ ଯନ୍ତା, ଟ୍ରାପିଂ ନେଟ୍ ଓ ଟ୍ରାଙ୍କୁଲାଇଜ୍ ଟିମ୍ ସହ ପ୍ରସ୍ତୁତ ରହିଥିଲେ। ବାଘକୁ ଆକୃଷ୍ଟ କରିବା ପାଇଁ ଯନ୍ତାରେ କୁକୁଡ଼ା ରଖାଯାଇଥିଲା। କୁକୁଡ଼ା ଖାଇବାକୁ ଆସି ବାଘ ଯନ୍ତାରେ ପଡ଼ି ଯାଇଥିଲା।
from Odisha Reporter https://ift.tt/2SQWLPX
No comments:
Post a Comment