
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟନ୍ତ ସମ୍ବେଦନଶୀଳ ସୀମାବର୍ତ୍ତୀ ରାଜ୍ୟ ଅରୁଣାଚଳ ପ୍ରଦେଶ ଗସ୍ତ କରିବାକୁ ଚିରାଚରିତ ଭାବରେ ଚୀନ୍ ବିରୋଧ କରିଥିବାବେଳେ ଜବାବ ରଖିଛି ଭାରତ। ଭାରତ ପକ୍ଷରୁ କୁହାଯାଇଛି, ଚୀନ୍ ଆମ ଦେଶର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ।
ଏହାପୂର୍ବରୁ ମୋଦିଙ୍କ ଅରୁଣାଚଳପ୍ରଦେଶ ଗସ୍ତକୁ ଚୀନ୍ ନିନ୍ଦା କରିବା ସହିତ କହିଥିଲା, ଅରୁଣାଚଳପ୍ରଦେଶକୁ ଚୀନ୍ କେବେ ମଧ୍ୟ ଭାରତର ଏକ ରାଜ୍ୟ ବୋଲି ମାନିବ ନାହିଁ। ଭାରତର ନେତୃବୃନ୍ଦ ଏହି ସ୍ଥାନକୁ ଗସ୍ତ କରିବା ବନ୍ଦ ନକଲେ ଏହା ସୀମାରେ ଜଟିଳ ସ୍ଥିତି ଉପୁଜାଇବ।
କିନ୍ତୁ ଭାରତ ଏତିକିରେ ଚୁପ୍ ରହିନଥିଲା। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସଙ୍ଗରେ ତୁରନ୍ତ ପ୍ରତିକ୍ରିୟା ଦିଆଯିବା ସହିତ କୁହାଯାଇଛି ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ଭାରତ ଏହାର ପକ୍ଷ ସ୍ପଷ୍ଟ କରିସାରିଛି ଏବଂ ବାରମ୍ବାର ଅରୁଣାଚଳପ୍ରଦେଶ ଆମର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଆସିଛି। ଭାରତର ଅନ୍ୟସ୍ଥାନ ପରି ଏହି ଅଞ୍ଚଳକୁ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ନିୟମିତ ଭାବରେ ଗସ୍ତ କରୁଛନ୍ତି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳପ୍ରଦେଶରେ ୪୦୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ସେ କହିଛନ୍ତି ଏହି ସୀମାବର୍ତ୍ତୀ ରାଜ୍ୟକୁ ଯୋଗାଯୋଗ ଆହୁରି ବ୍ୟାପକ କରାଯିବାକୁ ତାଙ୍କ ସରକାର ସଂକଳ୍ପବଦ୍ଧ।
from Odisha Reporter http://bit.ly/2Dm8Ceb
No comments:
Post a Comment