
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଚାଲିଛି ଧଳା ଜହର ବ୍ୟବସାୟ। ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ଏହି ବେପାର କରୁଛନ୍ତି। ଏଥିରୁ ବାଦ ପଡ଼ି ନାହାନ୍ତି ଛାତ୍ର। ଆଜି ରାଜଧାନୀରୁ ଜଣେ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଛାତ୍ରଙ୍କଠାରୁ ୮୩ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ବୋଲି ଜଣାପଡିଛି।
ଭୁବନେଶ୍ୱର ସାଲିଆସାହିରୁ ଏହି ବ୍ରାଉନ ସୁଗର ଜବତ କରାଯାଇଛି। ଅବକାରୀ ବିଭାଗ ଚଢ଼ାଉ କରି ଏହି ଧଳ ଜହର ଜବତ କରିଛି।
ସୂଚନାଯୋଗ୍ୟ, ଗତ ସୋମବାର ଖଣ୍ଡଗିରି ଅଞ୍ଚଳରୁ ଧଳା ଜହର ଜବତ କରାଯାଇଥିଲା।
from Odisha Reporter http://bit.ly/2SvNPiD
No comments:
Post a Comment