ମୋଦିଙ୍କ ରାଫେଲ୍‌ ଡିଲ୍‌ ୟୁପିଏର ଡିଲ୍‌ଠାରୁ ୨.୮% ଶସ୍ତା: ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ମୋଦିଙ୍କ ରାଫେଲ୍‌ ଡିଲ୍‌ ୟୁପିଏର ଡିଲ୍‌ଠାରୁ ୨.୮% ଶସ୍ତା: ରିପୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅମଳରେ ହୋଇଥିବା ରାଫେଲ ମୂଲଚାଲ ପୂର୍ବର କଂଗ୍ରେସ ଅମଳର ମୂଲଚାଲଠାରୁ ୨.୮% ଶସ୍ତା ବୋଲି ସିଏଜି ରିପୋର୍ଟରେ କୁହାଯାଇଛି।

ଆଜି ରାଜ୍ୟସଭାରେ ଆଗତ ହୋଇଥିବା ସିଏଜି ରିପୋର୍ଟରେ ଦରଦାମର ବିବାଦୀୟ ତଥା ପ୍ରମୁଖ ପଏଣ୍ଟଗୁଡ଼ିକୁ ବାଦ୍ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ତଥ୍ୟଗୁଡ଼ିକୁ ଗୋପନୀୟ ଦର୍ଶାଇଥିବାରୁ ଏହାକୁ ସାର୍ବଜନୀନ କରାଯାଇନଥିବା ଜଣାଯାଇଛି। ଏହାବୁ ନେଇ ବିପକ୍ଷ ଦଳ ପୁଣି ପ୍ରସଙ୍ଗ କରିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ କଂଗ୍ରେସ ସମେତ ଅନ୍ୟ ବିପକ୍ଷ ଦଳ ଏହି ରିପୋର୍ଟକୁ ଗ୍ରହଣ କରିନାହାନ୍ତି। କାରଣ ବର୍ତ୍ତମାନର ଅଡିଟର ରାଜୀବ ମହର୍ଷି ୨୦୧୬ ମସିହାରେ ରାଫେଲ ଡିଲ୍‌ ହୋଇଥିବା ସମୟରେ ଅର୍ଥ ସଚିବ ଥିଲେ। ସେମାନେ ଆହୁରି ମଧ୍ୟ ଅଭିଯୋଗ ଆଣିଥିଲେ, ମହର୍ଷିଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଅନୁମତିରେ ଶୀର୍ଷ ସ୍ତରରେ ଘୋଟାଲା ହୋଇଥିଲା।

ସିଏଜି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଉଛି, କଂଗ୍ରେସ ସରକାର ଅମଳରେ ହୋଇଥିବା ୧୨୬-ଏୟାରକ୍ରାଫ୍ଟ ଚୁକ୍ତି ତୁଳନାରେ ବର୍ତ୍ତମାନର ଚୁକ୍ତିରେ ଭାରତକୁ ୧୭.୦୮ ପ୍ରତିଶତ ଫାଇଦା ହୋଇଥିବା ଜଣାଯାଇଛି।



from Odisha Reporter http://bit.ly/2DwjxBY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages