ସ୍ୱିପର ପଦବୀ ପାଇଁ ୪୬୦୭ ବିଟେକ୍‌, ଏମ୍‌ବିଏ ଓ ଏମ୍‌ସିଏ ଡିଗ୍ରୀଧାରୀଙ୍କ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ସ୍ୱିପର ପଦବୀ ପାଇଁ ୪୬୦୭ ବିଟେକ୍‌, ଏମ୍‌ବିଏ ଓ ଏମ୍‌ସିଏ ଡିଗ୍ରୀଧାରୀଙ୍କ ଆବେଦନ

ଚେନ୍ନାଇ: ଯୋଗ୍ୟତା ଏମ୍‌ଟେକ୍, ବିଟେକ୍‌ ଏବଂ ଏମ୍‌ବିଏ ପୋଷ୍ଟ ଗ୍ରାଜୁଏଡ୍‌ ଇତ୍ୟାଦି, କିନ୍ତୁ ଆବେଦନ କରିଛନ୍ତି ସ୍ୱିପର ଏବଂ ପରିମଳ କର୍ମଚାରୀ ନିଯୁକ୍ତି ପାଇଁ। ଆଜ୍ଞା ହଁ ତାମିଲନାଡ଼ୁର ସଚିବାଳୟ ପାଇଁ କାଲି ହୋଇଥିବା କିଛି ପଦବୀ ପାଇଁ ଏମିତି ସବୁ ପ୍ରାର୍ଥୀ ଆବେଦନ କରିଛନ୍ତି।

ସ୍ୱିପରଙ୍କ ପାଇଁ ୧୦ଟି ପଦବୀ ଖାଲିଥିବାବେଳେ ପରିମଳ କର୍ମଚାରୀଙ୍କ ପାଇଁ ୪ଟି ପଦବୀ ଖାଲି ଅଛି। ଏଥିପାଇଁ କିଛି ଡିପ୍ଳୋମା ଡିଗ୍ରୀଦାରୀ ମଧ୍ୟ ଆବେଦନ କରିଛନ୍ତି। ସେପ୍ଟେମ୍ବର ୨୬ରେ ଏହି ପଦବୀ ଗୁଡ଼ିକ ପାଇଁ ଆବେଦନ ଆହ୍ୱାନ କରାଯାଇଥିଲା।

କିନ୍ତୁ ପଦବୀଗୁଡ଼ିକ ପାଇଁ ଯୋଗ୍ୟତା ଥିଲା କେବଳ ଶାରିରୀକ ଭାବରେ ସେ ସକ୍ଷମ ହେବାର ଆବଶ୍ୟକ। ଏଥିପାଇଁ ସର୍ବନିମ୍ନ ବୟ ୧୮ ବର୍ଷ ଥିଲା। ସର୍ବାଧିକ ବୟ ଭିନ୍ନ ଭିନ୍ନ ଥିଲା।
ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସମେତ ମୋଟ ୪,୬୦୭ଟି ଆବେଦନ ଗ୍ରହଣ କରାଯାଇଛି। ଏଥରୁ ୬୭୭ ଆବେଦନ ନାକଚ ହୋଇଛି। ବାକି ସମସ୍ତେ ଆବଶ୍ୟକୀୟ ଯୋଗ୍ୟତା ପୂରଣ କରିପାରିଥିବା କୁହାଯାଇଛି।



from Odisha Reporter http://bit.ly/2StgRyB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages