
ଆବଶ୍ୟକ ସାମଗ୍ରୀ: ଗୋଟା ମାଛ, କଟା ରସୁଣ, ଡାଳଚିନି, ଲେମ୍ବୁ, ଲାଲ କ୍ୟାପ୍ସିକମ୍, ପିଆଜ ଷଣ୍ଢା, ଅଦା, ଜିରା ଗୁଣ୍ଡ, କଞ୍ଚା ଲଙ୍କା, ଅଲିଭ୍ ଅଏଲ୍ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏବେ ଏହା ଉପରେ ଲେମ୍ବୁ ରସ ଓ ଲୁଣ ପକାଇ ଭଲଭାବେ ଗୋଳାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଏବେ ପିଆଜ ଷଣ୍ଢା, ଲାଲ କ୍ୟାପ୍ସିକମ୍, ଅଦା, ରସୁଣ, କଞ୍ଚା ଲଙ୍କାକୁ ଏକ ପାତ୍ରରେ ରଖନ୍ତୁ। ମଧ୍ୟମ ଆଞ୍ଚରେ ନନ୍ଷ୍ଟିକି ପ୍ୟାନ୍ ଗରମ କରନ୍ତୁ।
ଏଥିରେ ତେଲକୁ ଭଲ ଭାବେ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଏଥିରେ ପିଆଜ ଷଣ୍ଢା ଓ କଞ୍ଚା ଲଙ୍କା ପକାନ୍ତୁ। ୧ ମିନିଟ୍ ପରେ ଏଥିରେ କଟା ଅଦା, ରସୁଣ ଓ ଡାଳଚିନି ପକାଇ ଭାଜନ୍ତୁ। ଏବେ ଏଥିରେ ମାଛ ପକାଇ ଘୋଡ଼ାଇ ଦିଅନ୍ତୁ। ଗ୍ୟାସ୍ର ଆଞ୍ଚ କମ୍ କରି ୧୦ ମିନିଟ୍ ଛାଡ଼ି ଦିଅନ୍ତୁ। ୧୦ ମିନିଟ୍ ପରେ ଢାଙ୍କୁଣୀ ବାହାର କରି ମାଛ ଉପରେ ଜିରା ଗୁଣ୍ଡ ପକାନ୍ତୁ। ପୁଣି ଥରେ ଏହାକୁ ଘୋଡ଼ାଇ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଢାଙ୍କୁଣୀ ଖୋଲନ୍ତୁ। ଦେଖିବେ ମାଛରୁ ପାଣି ବାହାରିଥିବ। ଏବେ ଏଥିରେ ଆବଶ୍ୟକ ଅନୁସାରେ ଲୁଣ ପକାଇ ଅଳ୍ପ ପାଣି ଦିଅନ୍ତୁ ଓ ଏହାକୁ ଘୋଡ଼ାଇ ଦିଅନ୍ତୁ। ମାଛକୁ ଆଉ କିଛି ସମୟ ସିଝିବାକୁ ଦିଅନ୍ତୁ। ମାଛ ସିଝିଗଲା ପରେ ଏବେ ପୁଣି ଥରେ ଏହାକୁ ଘୋଡ଼ାଇ ଗ୍ରେଭିକୁ ଭଲ ଭାବେ ଫୁଟାନ୍ତୁ। ତରକାରୀ ଫୁଟିଗଲେ ଚୁଲି ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଷ୍ଟିମ୍ଡ୍ ଲେମନ୍ ଫିଶ୍।
from Odisha Reporter http://bit.ly/2SyWaB6
No comments:
Post a Comment