ବ୍ରେକ୍‌ଅପ୍‌ ପରେ ଏକ୍ସ ବୟଫ୍ରେଣ୍ଡଙ୍କୁ ନେହା ଦେଲେ ଏମିତି ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ବ୍ରେକ୍‌ଅପ୍‌ ପରେ ଏକ୍ସ ବୟଫ୍ରେଣ୍ଡଙ୍କୁ ନେହା ଦେଲେ ଏମିତି ଜବାବ

ମୁମ୍ୱାଇ: ନେହା କକ୍କର୍‌ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଫ୍ୟାନ୍ସମାନଙ୍କୁ ସବୁବେଳେ ଅପ୍‌ଡେଟ୍‌ ଦେଇ ଆସୁଛନ୍ତି। କିଛି ଦିନ ତଳେ ଅଭିନେତା ହିମାଂଶ୍‌ କୋହଲିଙ୍କ ସହିତ ତାଙ୍କ ବ୍ରେକ୍‌ଅପ୍‌ ହୋଇସାରିଛି। ଦିନ ଥିଲା ନେହା ଓ ହିଂମାଶ୍‌ଙ୍କ ଯୋଡ଼ିଙ୍କୁ ସମସ୍ତେ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରୁଥିଲେ। କିନ୍ତୁ କୌଣସି କାରଣ ପାଇଁ ପ୍ରଥମେ ନେହା ଓ ହିମାଂଶ୍‌ ଦୁହେଁ ଦୁହିଁଙ୍କୁ ସୋଶାଲ ମିଡିଆ ଆକାଉଣ୍ଟରୁ ଅନ୍‌ଫଲୋ କରିଥିଲେ। ଯେଉଁଥିରୁ ତାଙ୍କ ଫ୍ୟାନ୍ସମାନେ ଜାଣିପାରିଥିଲେ ଯେ, ଦୁହିଁଙ୍କର ବ୍ରେକ୍ଅ‌ପ୍‌ ହୋଇସାରିଛି।

ଏହି ବ୍ରେକଅପ୍‌ ପରେ ନେହା ସର୍ବଦା ଚିନ୍ତାରେ ରହୁଥିଲେ। ସେଥିପାଇଁ ଇଣ୍ଡିଆନ୍‌ ଆଇଡଲ୍‌ ସେଟ୍‌ ଉପରେ ମଧ୍ୟ ନେହା ଇମୋସନାଲ୍‌ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।

ବର୍ତ୍ତମାନ ନେହା ସୋଶାଲ ମିଡିଆରେ ଏକ ଗୀତକୁ ଶେଆର୍‌ କରିଛନ୍ତି। କୁହାଯାଉଛି ଯେ, ଏହି ଗୀତଟିକୁ ନେହା ଏକ୍ସ-ବୟଫ୍ରେଣ୍ଡ୍‌ ହିମାଂଶ କୋହଲିଙ୍କ ପାଇଁ ଡେଡିକେଟ୍‌ କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି।

ନେହା ‘ତେରା ଘାଟା ‘ଗୀତଟିକୁ ଗାଇଛନ୍ତି ଏବଂ ଏଥିରେ ଅଭିନୟ ମଧ୍ୟ କରିଛନ୍ତି। ଏହି ଭିଡିଓକୁ ଦେଖିଲେ ସଫା ଜଣାପଡୁଛି ଯେ, ନେହା ଦୁଃଖରେ ଅଛନ୍ତି। ନେହାଙ୍କ ଫ୍ୟାନ୍ସ ମଧ୍ୟ ଏହି ଭିଡ଼ିଓରେ କମେଣ୍ଟ୍‌ ଦେଇ ତାଙ୍କୁ ମଜବୁତ୍‌ ରହିବା ପାଇଁ କହିଛନ୍ତି।

ଏହି ଗୀତଟିକୁ ଗଜେନ୍ଦ୍ର ବର୍ମା କମ୍ପୋଜ୍‌ କରିଛନ୍ତି। ମୂଳ ଗୀତରେ ସେ ହିଁ କଣ୍ଠଦାନ କରିଛନ୍ତି । ଏହି ଗୀତଟି କିଛି ଦିନ ପୂର୍ବରୁ ସୋଶାଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍‌ ହୋଇଥିଲା। ତେବେ ନେହା ଏହି ଭିଡିଓଟିକୁ ପୋଷ୍ଟ କରିବା ପରେ ତାଙ୍କର ଫ୍ୟାନ୍ସମାନେ ଖୁସି ହେବା ସହିତ ହିଂମାଶ୍‌ଙ୍କ ପାଇଁ ଏହି ଗୀତଟି ଉଚିତ୍‌ ଜବାବ ବୋଲି କମେଣ୍ଟରେ କହିଛନ୍ତି।



from Odisha Reporter http://bit.ly/2RAWLxV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages